ସତ୍ୟଶିଖା (କଟକ) ୦୩/୧୨/୨୦୨୦ : ନାରୀକୁ ବ୍ୟକ୍ତି ଭାବେ ପ୍ରତିଷ୍ଠା କରିବାପାଇଁ ଏବଂ ନାରୀଜାତିର ସଂପୂର୍ଣ୍ଣ କଲ୍ୟାଣ ପାଇଁ କୁସଂସ୍କାର, ଅଶିକ୍ଷା, ଅନ୍ଧବିଶ୍ୱାସ, ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଏକ ସୁସ୍ଥ ସମାଜ ଗଠନ କରିବାପାଇଁ ଯିଏ ଆଜୀବନ ସାଧାନାରେ ବ୍ରତୀ ଥିଲେ ସେ ଥିଲେ ମା’ ରମାଦେବୀ । ପିତା ଭୀମା ଭୂୟାଁ ଉପନ୍ୟାସର ଲେଖକ ଗୋପାଳବଲ୍ଲଭ ଦାସ ଓ ମା ବସନ୍ତ କୁମାରୀ ଦେବୀଙ୍କ କୋଳମଣ୍ଡନ କରି ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକରୁ ମାତ୍ର ୨୦ କି.ମି ଦୂର ସତ୍ୟଭାମାପୁର ଠାରେ ମା’ ରମାଦେବୀ ଜନ୍ମଗ୍ରହଣ କରିଥିଲେ ।
ମା’ ରମାଦେବୀଙ୍କ ଆଜି ଜୟନ୍ତୀ
