ସତ୍ୟଶିଖା( କଟକ )୦୧.୧୦.୨୦୨୨: ଆଜି ମହାଷଷ୍ଠୀ। ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ। ଦୁଇ ବର୍ଷ ପରେ ଜାକଜମକରେ ମାଆଙ୍କ ପୂଜା ଆୟୋଜନ ହେଉଥିବାରୁ ସବୁଠି ଉତ୍ସାହର ପରିବେଶ। ଆଜି ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ସପ୍ତମୀ ପୂଜା ହେଉଥିବା ବେଳେ ମଣ୍ଡପରେ ଷଷ୍ଠୀ ପୂଜା ହେଉଛି। ସଂନ୍ଧ୍ୟାରେ ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିଲାଗି ପୂଜା ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା, ଚାନ୍ଦି ମେଢ଼ରେ ମାଆଙ୍କ ମୃଣ୍ମୟ ମୂର୍ତ୍ତି ସଜ୍ଜା ଯାଇଛି।
ଆଜି ମହାଷଷ୍ଠୀ
ବଗଳାମୁଖି ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡୀ
