ଖେଳ

କରୋନା ପାଇଁ ସହାୟତାର ହାତ ବଢ଼ାଇଲେ ମେସି

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ଷ୍ଟାର୍ ଫୁଟବଲର୍ ଲିଓନେଲ୍ ମେସି କରୋନାଭାଇରସ୍ ବିରୋଧରେ ଲଢ଼ିବା ପାଇଁ ବାର୍ସିଲୋନାରେ ଏକ ହସ୍ପିଟାଲକୁ ୧୦ଲକ୍ଷ ୟୁରୋ ଅର୍ଥାତ୍ ୮କୋଟି ଟଙ୍କା ଡୋନୋଶନ୍ ଆକାରରେ ପ୍ରଦାନ କରିଛନ୍ତି। ଏକ ୱେବସାଇଟର ରିପୋର୍ଟ ଅନୁଯାୟୀ, ମେସି ଏହି ଅର୍ଥରାଶି ହସ୍ପିଟାଲ୍ କ୍ଲିନିକ୍ ଓ ସାଧାରଣ ହସ୍ପିଟାଲକୁ ପ୍ରଦାନ କରିଛନ୍ତି, ଯାହାକୁ ସୂଚନା ଦେଇଛି ଉକ୍ତ ହସ୍ପିଟାଲ୍।

ମେସିଙ୍କର ପ୍ରଥମ ବାର୍ସିଲୋନା ମ୍ୟାନେଜର୍ ପେପ୍ ଗାର୍ଡିଓଲା ମଧ୍ୟ ବାର୍ସିଲୋନାସ୍ଥିତ ଏକ ଏନଜିଓକୁ ଜରୁରୀ ମେଡିକାଲ ସାମଗ୍ରୀ କିଣିବା ପାଇଁ ୧ ମିଲିୟନ୍ ୟୁରୋ ପ୍ରଦାନ କରିଛନ୍ତି। ମେସିଙ୍କ ବ୍ୟତୀତ ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଜର୍ଜ ମେଣ୍ଡେସ୍ ମଧ୍ୟ ଲିସବନ୍ ଓ ପୋଟ୍ରେ ହସ୍ପିଟାଲକୁ ୧୦ଲକ୍ଷ ୟୁରୋ ରାଶି ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ

ମେସି ଓ ଭାରତୀୟ କ୍ୟାପଟେନ୍ ସୁନୀଲ୍ ଛେତ୍ରୀଙ୍କ ସମେତ ୨୮ଜଣ ପୂର୍ବତନ ଓ ବର୍ତ୍ତମାନ ଫୁଟବଲରଙ୍କୁ ଫୁଟବଲ ରେଗୁଲେଟୋରୀ ବଡି ଦ୍ୱାରା କୋଭିଡ୍‌-୧୯ ମହାମାରୀ ବିରୋଧରେ ହେବାକୁଥିବା ଅଭିଯାନରେ ସାମିଲ୍ କରାଯାଇଛି।

ଫିଫା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ଡବ୍ଲୁଏଚଓ) ଏକାଠି ମିଶି କରୋନାଭାଇରସ୍ ବିରୋଧରେ ସଚେତନତା ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ନାମୀଦାମୀ ଫୁଟବଲରଙ୍କୁ ଏହି ଭୟଙ୍କର ମହାମାରୀରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ଉଠାଇବାକୁ ଅନୁରୋଧ କରୁଛି।

[ad_2]
Show More
Back to top button