ଆଜି ଗଶେଶ ଚର୍ତୁଥୀ, ଗାଇଡଲାଇନ୍‌ ଭିତରେ ହେବ ପୂଜା

ସତ୍ୟଶିଖା(ଭୁବନେଶ୍ୱର )୧୦ .୦୯ .୨୦୨୧: ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ ବା ଗଶେଶ ଚର୍ତୁଥୀ । ବିଘ୍ନ ବିନାଶକଙ୍କ ପୂଜା । ହେଲେ କଟକଣା ଭିତରେ ପୂଜା ପାଇବେ ଗଜାନନ । ଦୁଇ ବର୍ଷ ହେଲା କରୋନା ଯୋଗୁଁ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ହେଉନି । କେବଳ ପରମ୍ପରା ରକ୍ଷା ଲାଗି ଘରେ ଘରେ ପୂଜା ହେଉଅଛି । କଟକଣା ଭିତରେ ପୂଜା ହେଉଥିବାରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ସେତେଟା ଉତ୍ସାହ ନାହିଁ ।

ଓଡ଼ିଶାର ଜଟଣୀ ଓ କଟକରେ ଗଣେଶ ପୂଜା ବେଶ୍ ଧୁମଧାମରେ ପାଳନ ହୋଇଥାଏ । ହେଲେ ଏଥର ସେଭଳି ଆଡ଼ମ୍ବର ନାହିଁ । ତେବେ କଟକ ସହରରେ ଗଣେଶ ପୂଜା କରିବା ଲାଗି ମଣ୍ଡପଗୁଡ଼ିକୁ ଜିଲ୍ଲାପାଳ ଅନୁମତି ପ୍ରଦାନ କରିଛନ୍ତି ।  କୋଭିଡ ଗାଇଡଲାଇନର ଉଲ୍ଲଂଘନ ହେଲେ ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ସେପଟେ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୁମ୍ବାଇରେ ପୁଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି  । ୧୦ରୁ ୧୯ ତାରିଖ ଯାଏ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବ ।

ସେହିପରି ଗଶେଶ ଚତୁର୍ଥୀ ବେଳେ ଶ୍ରଦ୍ଧାଳୁମାନେ କୌଣସି ପେଣ୍ଡାଲ ବୁଲିବାକୁ ଯାଇ ପାରିବେ ନାହିଁ । ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍ ଫୋର୍ସ ମୁତୟନ ହେବେ । ଅନଲାଇନ କିମ୍ବା ଗଣମାଧ୍ୟମ ଜରିଆରେ ପ୍ରତିମୂର୍ତ୍ତିକୁ ଦର୍ଶନ କରିପାରିବେ ।

Exit mobile version