
ସତ୍ୟଶିଖା (ଭଦ୍ରକ) ୩୦/୧୦/୨୦୨୦ : ଆଜି ଇଦ୍ ମିଲାଦୁନ ନବୀ । ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଦିବସ । ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ । କୋଭିଡ୍ କଟକଣା ପାଇଁ ନିରାଡମ୍ବର ଭାବେ ପାଳିତ ହେଉଛି ଏହି ପର୍ବ । ଏଥର ସାହି ଓ ବସ୍ତିରୁ ଶୋଭାଯାତ୍ରା ଓ ମେଢ ଉପରେ କଟକଣା ଲଗାଯାଇଛି ।ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୬ଟି ଷ୍ଟାଟିକ ପୋଷ୍ଟ ସହ ୧୫ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ୩ଟି ପେଟ୍ରୋଲିଂ ଟିମ୍ ମଧ୍ୟ ପେଟ୍ରୋଲିଂ କରୁଛି ।