ଆଜି ମା’ଙ୍କ ଭଷାଣି, କମିଶନରେଟ ପୋଲିସର ଗାଇଡଲାଇନ୍ ଜାରି

ସତ୍ୟଶିଖା (ଭୁବନେଶ୍ୱର ) ୨୫.୧୦.୨୦୨୩ : ସରିଲା ଦଶହରା,ଆଜି ମା’ଙ୍କ ଭଷାଣି। ମେଲାଣି ନେବେ ମା ଦୁର୍ଗା। ଏଥିପାଇଁ ଆଜି ଅପରାହ୍ନ 3ଟାରୁ ଆରମ୍ଭ ହେବ ଭସାଣି । ଭଷାଣୀ ପାଇଁ  ଗାଇଡଲାଇନ୍ ଜାରି କରିଛି କମିଶନରେଟ ପୋଲିସ । ସେପଟେ ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ ।  ଭସାଣୀ ଶେଷ ହେବା ପର୍ଯ୍ୟନ୍ତ ଗାଡି ମଟର ଚଳାଚଳ ଉପରେ କଟକଣା ଜାରି ରହିବ । ଭସାଣି ସମୟରେ ବାଣୀବିହାରରୁ ରୂପାଲି ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ଲାଗିଛି ପ୍ରତିବନ୍ଧକ । ଭସାଣି ଶୋଭାଯାତ୍ରା ସମୟରେ ସମସ୍ତ ଯାନ ବାଣୀବିହାରରୁ ଆଚାର୍ଯ୍ୟବିହାର ରୁଟରେ ଚଳାଚଳ କରିବ ।

ସେହିପରି ନୟାପଲ୍ଳୀରେ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁରରେ ଭସାଣି ବେଳେ କିଟ୍ ପଟୁ ନାଲକୋ ଛକ ପର୍ଯ୍ୟନ୍ତ ଗଡ଼ିବନି ଗାଡ଼ି । ଶୋଭାଯାତ୍ରା ସମୟରେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ରୁଟରେ ଯିବ । ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନଗୁଡ଼ିକ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍‌ରେ ଯିବ । ନିୟମ ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପଡ଼ିବ ବୋଲି ପୋଲିସ କମିଶନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହା ଯାଇଛି ।

Exit mobile version