ସାହିତ୍ୟ ଓ ସଂସ୍କୃତି

ଆଜି ଧନତେରାସ

ସତ୍ୟଶିଖା (ଭୁବନେଶ୍ୱର) ୧୦,୧୧,୨୦୨୩ :  ଆଜି ହେଉଛି ଧନତ୍ରୟୋଦଶୀ । ଯାହାକୁ ଧନତେରାସ ଭାବେ ପାଳନ କରାଯାଉଛି । ପ୍ରତିବର୍ଷ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀରେ ଏହି ପର୍ବ ପାଳନ କରାଯାଇଥାଏ । ଏହି ଦିନ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଧନତେରାସକୁ ସାରା ଦେଶରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରନ୍ତି । ବିଶ୍ବାସ ରହିଛି ଧନତେରାସ ଦିନ ନୂଆ ଜିନିଷ ଘରକୁ ଆଣିଲେ ଶୁଭ ହୋଇଥାଏ ।

ଏଥର ଧନତେରସରେ ସୁନା କିଣାରେ ପଡିପାରେ ଫିକା

ଧନତେରାସ ଦିନ କିଛି ଲୋକେ ସୁନା,  ରୂପା ଘରକୁ କିଣିକି ଆଣିବା ସହ କିଛି ଆସବାବ ପତ୍ର ମଧ୍ୟ ଆଣିଥାନ୍ତି । ଏହି ସବୁ ଜିନିଷ ଘରକୁ ଆଣିଲେ ଘରେ କେବେବି କୌଣସି ଅର୍ଥ ସମସ୍ୟା ରୁହେ ନାହିଁ । ତେଣୁ ଆଜି ବିଭିନ୍ନ ଅଳଙ୍କାର ଦୋକାନରେ ଦେଖିବାକୁ ମିଳିବ ଲୋକଙ୍କ ଭିଡ଼ ।

Show More
Back to top button