

ସତ୍ୟଶିଖା(ପୁଣେ) ୨୦.୧୨.୨୦୨୧: କୋଭିଡ ଟିକା କୋଭିସିଲ୍ଡ ଦେଉଛି ୯୦ ପ୍ରତିଶତ ଆଣ୍ଟିବଡି । କୋଭିସିଲ୍ଡର ଦୁଇଟି ଡୋଜ୍ ନେବା ପରେ ଲୋକଙ୍କ ଠାରେ ୭ ମାସ ପର୍ଯ୍ୟନ୍ତ ରହୁଛି ବଳିଷ୍ଠ ଆଣ୍ଟିବଡି । ଆଣ୍ଟିବଡି ୯୦ ପ୍ରତିଶତରୁ ଅଧିକ ରହୁଛି ବୋଲି ଅଧ୍ୟୟନରୁ ଜଣାପଡିଛି । ପୁଣେ ଭିତ୍ତିକ ବିଜେ ସରକାରୀ ମେଡିକାଲ କଲେଜ ଓ ସାସୁନ ହସ୍ପିଟାଲ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା ।
କୋଭିଡ ଟିକାର ଉଭୟ ଡୋଜ୍ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ପରୀକ୍ଷା ହୋଇଥିଲା । ଉଭୟ ଡୋଜ୍ ନେବା ପରେ ୩ରୁ ୬ ମାସ ପର୍ଯ୍ୟନ୍ତ ଏହା କୋଭିଡ ୧୯ ବିରୋଧରେ ଉଚ୍ଚ ସ୍ତରୀୟ ସୁରକ୍ଷା ଯୋଗାଉଥିବା ଜଣାପଡିଛି । ୫୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ସେମାନେ ଏହି ସୁରକ୍ଷା କବଚ ଦେଖିବାକୁ ପାଇଥିବା ଅଧ୍ୟୟନକାରୀ ଦାବି କରିଛନ୍ତି ।
ସେପଟେ ନେଇ ବିଜେଏମସିର କମ୍ୟୁନିଟି ମେଡିସିନ ମୁଖ୍ୟ ପ୍ରଫେସର ଡାକ୍ତର ମୁରଲୀଧର ତାମ୍ବେ କହିଛନ୍ତି, କୋଭିସିଲ୍ଡ ଟିକାର ଉଭୟ ଡୋଜ୍ ନେବା ପରେ ଲୋକଙ୍କୁ ୯୦ ପ୍ରତିଶତ ସୁରକ୍ଷା ମିଳୁଥିବାରୁ ବର୍ତ୍ତମାନ ସ୍ଥିତିରେ ବୁଷ୍ଟର ଡୋଜ୍ ଦିଆଯିବାର ଆବଶ୍ୟକତା ନାହିଁ ।