ନ୍ୟୁଜ୍ରାଜ୍ୟ

ଆଜି ବାବୁଶାନଙ୍କ ଜନ୍ମଦିନ; ତୁଟିବ କି କଳି, ଫେରିବେ କି ପତ୍ନୀ, ପୁଅ?

ସତ୍ୟଶିଖା( ଭୁବନେଶ୍ୱର )୩୦.୦୭ . ୨୦୨୨:  ଗତ କିଛି ଦିନ ଧରି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ଓଲିଉଡର ଚକୋଲେଟ ବୟ ବାବୁଶାନ ଆଜି ପାଳିବେ ଜନ୍ମ ଦିନ । ତେବେ ଏହି ଜନ୍ମଦିନ କେବଳ ସେ ନିଜ ବାପାମା’ଙ୍କ ସହ ପାଳିବେ, ନା ସାମିଲ ହେବେ ପତ୍ନୀ ଓ ପୁଅ ତାହା ଉପରେ ସମସ୍ତଙ୍କ ନଜର।

ଏବେ ଘରେ ବାପାମା’ଙ୍କ ପାଖରେ ଥିବାରୁ ବେଶ୍‌ ଖୁସି ଥିବା ବାବୁଶାନ ସେମାନଙ୍କ ସହ ଜନ୍ମଦିନ ପାଳନ କରିବେ ବୋଲି କହିଛନ୍ତି। ଏଥିସହ ଏହି ଅବସରରେ ପତ୍ନୀ ଓ ପୁଅ ନ ଆସିଲେ ସେ ନିଜେ ସେମାନଙ୍କ ପାଖକୁ ଯିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ବାବୁଶାନ ।

ପ୍ରାୟ ୪ ଦିନ ହେବ ଚେନ୍ନାଇରୁ ଫେରିବା ପରେ ମଧ୍ୟ ବାବୁଶାନ ନିଜ ବାପାମା’ଙ୍କ ପାଖରେ ଥିବା ବେଳେ ପତ୍ନୀ ଓ ପୁଅଙ୍କ ପାଖକୁ ଯାଇ ନାହାନ୍ତି। ଅପରପକ୍ଷେ, ପତ୍ନୀ ତୃପ୍ତି ପୁଅ ସହ ସତ୍ୟନଗରସ୍ଥିତ ନିଜ ବାପଘରେ ରହୁଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ନିମନ୍ତେ ମଧ୍ୟସ୍ଥି ସାଜିଥିବା  ଅଭିନେତା ରବି ମିଶ୍ର ତୃପ୍ତିଙ୍କ ଘରକୁ ଯାଇ ତାଙ୍କୁ ବୁଝାଶୁଝା ଆରମ୍ଭ କରିଛନ୍ତି।  ଏଥିସହ ଖୁବ୍‌ ଶୀଘ୍ର ସବୁ ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି। ତେବେ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ରଖିଥିବା ତୃପ୍ତି ଠିକ୍‌ ସମୟରେ ଠିକ୍‌ ପଦକ୍ଷେପ ନେବ ବୋଲି ତାଙ୍କ ମାଉସୀ କହିଛନ୍ତି।

Show More
Back to top button