ଦେଶନ୍ୟୁଜ୍ଭିଡିଓରାଜ୍ୟସ୍ପେଶାଲ୍ ରିପୋର୍ଟ

ଆଜି ବାୟୁସେନା ଦିବସ, ଚମକ ଦେଖାଇବ ରାଫେଲ୍ l

ସତ୍ୟଶିଖା (ନୂଆଦିଲ୍ଲୀ) ୦୮.୧୦.୨୦୨୦ : ଆଜି ଭାରତୀୟ ବାୟୁସେନା ଦିବସ । ଚଳିତ ବର୍ଷ ବାୟୁସେନା ଦିବସରେ ଚମକ ଦେଖାଇବ ରାଫେଲ୍ । ୫୬ଟି ଏୟାରକ୍ରାଫ୍ଟ ସହ ଏଥର ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ବାୟୁସେନା ଦିବସର ଫ୍ଲାଇଙ୍ଗ୍ ମାର୍ଚ୍ଚରେ ସାମିଲ ହେବ । ଗତବର୍ଷ ୫୧ଟି ଏୟାରକ୍ରାଫ୍ଟ ବାୟୁସେନା ଦିବସରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏଥର ଏହି ସଂଖ୍ୟା ୫୬କୁ ବୃଦ୍ଧି ପାଇଛି ।ଗାଜିଆବାଦର ହିଣ୍ଡନ ଏୟାରବେସ୍ ରେ ଏଥର ଏୟାରଫୋର୍ସର ଦମ୍ ଦେଖିବାକୁ ମିଳିବ । ଏଥି ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି ଗାଜିଆବାଦର ହିଣ୍ଡନ ଏୟାର ବେସ । ବାୟୁସେନା ଯବାନଙ୍କ ସମେତ ବିଭିନ୍ନ ବିମାନର ପାଇଲଟ, ପାରାଟ୍ରୁପରମାନେ ଅଭ୍ୟାସ କରିଛନ୍ତି । ହିଣ୍ଡନରେ ଫୁଲ ଡ୍ରେସ ରିହରସଲ ବି କରାଯାଇଛି ।ସୀମାରେ ଉଭୟ ଚୀନ ଏବଂ ପାକିସ୍ତାନ ସହିତ ତିକ୍ତତା ଲାଗି ରହିଥିବା ବେଳେ ବାୟୁସେନା ଦିବସରେ ଭାରତର ଶକ୍ତି ପ୍ରଦର୍ଶନ ନିଶ୍ଚିତ ରୂପେ ଭାରତର ଶକ୍ତି ଜାହିର କରିବ । ଯାହା ଶତ୍ରୁ ଦେଶ ଗୁଡ଼ିକୁ ଭାରତ ସହିତ ଶତ୍ରୁତା କରିବାର ପରିଣାମ ବିଷୟରେ କଡ଼ା ସନ୍ଦେଶ ଦେବ । ତେବେ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଏୟାର ଫୋର୍ସ ପକ୍ଷରୁ ୮୮ ବର୍ଷର ଯାତ୍ରାକୁ ନେଇ ଏକ ଫିଲ୍ମ ସେୟାର କରାଯାଇଛି । ଯାହା ବାୟୁସେନାର ସଫଳତାକୁ ପ୍ରଦର୍ଶନ କରୁଛି ।

Show More
Back to top button