ଧର୍ମସାହିତ୍ୟ ଓ ସଂସ୍କୃତି

ଆଜି ଧନୁ ସଂକ୍ରାନ୍ତି

ସତ୍ୟଶିଖା (ଭୁବନେଶ୍ୱର) ୧୬.୧୨.୨୦୨୧: ଆଜି ଧନୁ ସଂକ୍ରାନ୍ତି । ଏହି ଦିନରେ ଓଡ଼ିଆଙ୍କ ଘରେ ପୂଜା ହୁଏ ଧନୁ ମୁଆଁ । କାହିଁ କେଉଁ କାଳରୁ ଧନୁ ମୁଆଁ  ପୂଜା ହେବା ପରମ୍ପରା ରହିଛି । ଏହି ଧାରାରେ ବିଭିନ୍ନ ସହରରେ ଭିନ୍ନ ଭିନ୍ନ ସ୍ୱାଦର ମୁଆଁ ପ୍ରସ୍ତୁତ କରାଯାଉଛି । ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପାଟିର ସ୍ୱାଦ । ତେଣୁ ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା  ।  କରୋନା କଟକଣା ଥିବାରୁ ଏଥର ମୁଆଁ ଅନଲାଇନ୍‌ରେ ବି ମିଳୁଛି ।

ଧନୁ ସଂକ୍ରାନ୍ତି ଆସିଲେ ମୁଆଁର ଚାହିଦା ବଢ଼ିଯାଏ  । ଏଥିପାଇଁ କିଛି ଦିନ ହେବ ଚଳଚଞ୍ଚଳ ହୋଇପଡ଼ିଛି କଟକର ବିଭିନ୍ନ ସାହି ଓ ଗଳି କନ୍ଦି । ଖାନନଗର ଅଞ୍ଚଳରେ ଥିବା କିଛି ଗୁଡ଼ିଆ ପରିବାର ଏବେ ମୁଆଁ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଧନୁ ସଂକ୍ରାନ୍ତ ଅବସରରେ ସ୍ୱତନ୍ତ୍ର ଭାବେ ମୁହାଁ ପ୍ରସ୍ତୁତ କରାଯାଇଥାଏ । ଲିଆକୁ ଘିଅରେ ମିଶାଇବା ପରେ ଏହାକୁ ଚିନି ଓ ଗୁଡ଼ରେ ପ୍ରସ୍ତୁତ କରାଯାଏ । ଏହାକୁ ସୁସ୍ୱାଦୁ କରିବା ପାଇଁ ଗୋଲ ମରିଚ, ଜୁଆଣି ଗୁଣ୍ଡ, ନଡ଼ିଆ, ବାଦାମ ମିଶା ଯାଏ । ସ୍ୱାଦ ଅନୁଯାୟୀ,  ମୁଆଁ ୩୦ ଟଙ୍କାରୁ ଆରମ୍ଭ ହୋଇ ୨୫୦ ଟଙ୍କା ଯାଏଁ ବଜାରରେ ବିକ୍ରି ହୋଇଥାଏ ।

Show More
Back to top button