ସତ୍ୟଶିଖା(ଭୁବନେଶ୍ୱର ) ୧୫.୦୮ .୨୦୨୧: ଆଜି ୭୫ ତମ ସ୍ୱାଧାନତା ଦିବସ ।ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ । ଅଳ୍ପ କିଛି ଅତିଥୀଙ୍କୁ ନେଇ ଏହି ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରିବେ ।
ଏହାସହ ଐତିହାସିକ ଲାଲକିଲାରୁ ପତାପ ଉତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତୀୟ ସଂଗୀତ ଗାନ ସହ ୨୧ ତୋପ ସଲାମୀ ମଧ୍ୟରେ ଜାତୀୟ ପତାକା ଉତୋଳନ କରିବେ ମୋଦି । ଏଥିସହ ଦେଶବାସୀଙ୍କ ସମ୍ବୋଧିତ କରିବେ । ୭୫ତମ ସ୍ୱାଧୀନତା ଦିବସ ପାଳନକୁ ସ୍ମରଣୀୟ କରିବା ପାଇଁ ଆଜାଦିର ଅମୃତ ମହୋତ୍ସବର ଶୁଭାରମ୍ଭ କରିବେ । ଏହା ଅଗଷ୍ଟ ୧୫ , ୨୦୨୩ ପର୍ଯ୍ୟନ୍ତ ଦୁଇ ବର୍ଷ ଧରି ଚାଲିବ । ଏଥିପାଇଁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଦେଶବ୍ୟାପି ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି ।