ସତ୍ୟଶିଖା(ଭୁବନେଶ୍ୱର)୨୦.୦୬. ୨୦୨୨ : ଆଜିଠୁ ଇଟାଲି ଅଭିମୁଖେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଇଟାଲୀ ଅଭିମୁଖେ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ବିଦେଶ ଗସ୍ତ । ଇଟାଲୀରେ ପହଞ୍ଚିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।
ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମ, WFP ପକ୍ଷରୁ ରୋମ୍ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ହୋଇଥିବା ରୂପାନ୍ତୀକରଣ ଉପରେ ବାର୍ତ୍ତା ଦେବେ ନବୀନ। ଖାଦ୍ୟ ପାଇଁ ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା, ଏବେ କିଭଳି ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ଅବଗତ କରାଇବେ।ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମର ଏକଜିକ୍ୟୁଟିଭ୍ ଡିରେକ୍ଟର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ନେଇ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତା’ଛଡ଼ା ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍ ଷ୍ଟେଟ୍ ହେବା ଉପରେ ବି ନବୀନ ଆଲୋକପାତ କରିବେ । ରୋମ୍ ଗସ୍ତ ସମୟରେ ନବୀନ ଭାଟିକାନ୍ ସିଟରେ ପୋପ୍ ଫ୍ରାନସିସ୍ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଆସନ୍ତା ୨୬ ତାରିଖ ୩ଟା ୨୫ରେ ରୋମ୍ ଛାଡି ସେଠାରୁ ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ। ସେଠାରେ ପୁଞ୍ଜିନିବେଶକାରୀ ସମ୍ମିଳନୀରେ ଯୋଗଦେଇ ନିବେଶକଙ୍କ ସହ ଆଲୋଚନା କରିବେ । ନିବେଶକାରୀମାନେ କିପରି ଓଡ଼ିଶାରେ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ବୈଠକରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୨୨ବର୍ଷର କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି । ସେ ୨୦୧୨ ମେ’ ୨୪ତାରିଖରେ ଲଣ୍ଡନ ଗସ୍ତରେ ଯାଇଥିଲେ ।
ସମ୍ବନ୍ଧିତ ଖବର
-
୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରମୁଖ ମୋହନ ଭାଗବତ । -
ବୁର୍ଲା ବୀର ସୁନ୍ଦେର ସାଇ ୟୁନିଭେର୍ସିଟି ରେ ଲାଗୁ ହେଲା ୟୁନିଫର୍ମ ବା ଡ୍ରେସ କୋଡ୍। -
ଚୀନ୍ ଭାରତ ସହିତ ବାଣିଜ୍ୟ ବୃଦ୍ଧି କରିବାକୁ ଇଚ୍ଛା ପ୍ରକାଶ କରିଛି। -
ଆଜି ଭାଦ୍ରବ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। -
ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ପାଳନ ହେବ ରାଗିଂ ମୁକ୍ତ କ୍ୟାମ୍ପସ ଦିନ । -
ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ “ଆଜାଦୀ କା ଅମୃତ ମହୋତ୍ସବ” ଅନ୍ତର୍ଗତ “ହର ଘର ତ୍ରିରଙ୍ଗା” ଅଭିଯାନରେ ତ୍ରିରଙ୍ଗା ରାଲି କରାଯାଉଛି । -
ନିର୍ଦ୍ଧାରିତ ୩୧ ତାରିଖରେ ହୋଇନପାରେ OTETର ସାନି ପରୀକ୍ଷା। -
ଆଜି ବିଶ୍ବ ହସ୍ତୀ ଦିବସ । -
ଆଜି ସଂସଦରେ ଉପସ୍ଥାପିତ ହେବ ନୂଆ ଆୟକର ବିଧେୟକ। -
ସୋମବାର ପଶ୍ଚିମ ତୁର୍କୀରେ ବାଲିକେସିର ପ୍ରଦେଶରେ ୬.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି।