ଦେଶ

କରୋନା: ଡାକ୍ତର ଓ ନର୍ସ ପଠାଇବାକୁ ମୋଦିଙ୍କୁ ନିବେଦନ କଲା ୟୁଏଇ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସହ ଲଢ଼େଇ କରୁଥିବା ୟୁଏଇ ଏବେ ଭାରତକୁ ସହଯୋଗ ପାଇଁ ନିବେଦନ କରିଛି। ଭାରତରେ ରହୁଥିବା ଡାକ୍ତର ଓ ନର୍ସଙ୍କୁ ଲୋକଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ପଠାନ୍ତୁ ବୋଲି ସେଠାକାର ସରକାର ଦୁଇଥର ମେସେଜ କରିଛନ୍ତି।

ୟୁଏଇରେ ଥିବା ହସ୍ପିଟାଲରେ ଭାରତ ସମେତ ଏକାଧିକ ବିଦେଶ ରାଷ୍ଟ୍ରର ଡାକ୍ତର ଓ ନର୍ସ କାର୍ଯ୍ୟ କରନ୍ତି। କିଛି ଡାକ୍ତର ଓ ନର୍ସ ଭାରତକୁ ଆସିଥିବା ବେଳେ ଲକଡାଉନ ଘୋଷଣା ହୋଇଥିଲା। ଏହି କାରଣରୁ ସେମାନେ ଆଉ ୟୁଏଇ ଫେରି ପାରିନାହାନ୍ତି। ୧୦ ମିଲିୟନ ଜନସଂଖ୍ୟା ବିଶିଷ୍ଟ ୟୁଏଇରେ ବର୍ତ୍ତମାନ ସୁଦ୍ଧା ୧୧ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି।

ଆହୁରି ପଢ଼ନ୍ତୁ

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, “ଆମେ ୟୁଏଇ ଠାରୁ ୨ଟି ଅନୁରୋଧ ପାଇଛୁ। ଗୋଟିଏ ଅନୁରୋଧରେ ସେମାନେ ୟୁଏଇ ଫେରି ପାରୁ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇବାକୁ କହିଛନ୍ତି। ସେମାନେ ତୁରନ୍ତ ସେଠାକୁ ଯାଇ କାର୍ଯ୍ୟରେ ଯୋଗଦେବାକୁ ଏଥିରେ କୁହାଯାଛି।

ସେହିପରି ଦ୍ୱିତୀୟ ଅନୁରୋଧରେ ଭାରତରେ କାର୍ଯ୍ୟରତ କିଛି ଡାକ୍ତର ଓ ନର୍ସଙ୍କୁ ୟୁଏଇରେ କରୋନା ମୁକାବିଲା ପାଇଁ ପଠାଇବାକୁ ନିବେଦନ କରାଯାଇଛି। ବର୍ତ୍ତମାନ ସରକାରୀ ସ୍ତରରେ ଏହାର ବିଚାର କରାଯାଉଛି। ଅବୁଧାବି ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ନେବା ପାଇଁ ସ୍ୱତନ୍ତ୍ର ବିମାନ ପଠାଯିବ ବୋଲି ମଧ୍ୟ ପ୍ରସ୍ତାବ ଦିଆଯାଇଛି।”

[ad_2]
Show More
Back to top button