ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୬୮ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଜଗତସିଂହପୁର

ସତ୍ୟଶିଖା(ଭୁବନେଶ୍ୱର ) ୨୩.୦୮ .୨୦୨୧: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ଜଗତସିଂହପୁର ଜିଲାରେ ୧୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିସହିତ ଢେଙ୍କାନାଳରେ ୯, ଖୋର୍ଦ୍ଧାରେ ୮ ଓ ଯାଜପୁରରେ ୬ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡା ଜିଲାରେ ୪, ବାଲେଶ୍ୱରରେ ୩ ଓ ପୁରୀରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଦିନକ ମଧ୍ୟରେ ଭଦ୍ରକ, ଝାରସୁଗୁଡା, କେନ୍ଦୁଝର ଓ ରାୟଗଡା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୭୪୨୬କୁ ବୃଦ୍ଧିପାଇଛି।

ଅନ୍ୟପଟେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୬ ଜଣ, ବାଲେଶ୍ୱରରୁ ୫୨ ଜଣ, ବରଗଡ଼ରୁ ୧୮ ଜଣ, ଭଦ୍ରକରୁ ୮ ଜଣ, ବଲାଙ୍ଗୀରରୁ ୨ ଜଣ, ବୌଦ୍ଧ ଜିଲ୍ଲାରୁ ୧ ଜଣ, କଟକରୁ ୧୧୭ ଜଣ, ଦେବଗଡ଼ରୁ ୧୨ ଜଣ, ଢେଙ୍କାନାଳରୁ ୧୨ ଜଣ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୩ ଜଣ, ଜଗତସିଂହପୁରରୁ ୧୮ ଜଣ, ଯାଜପୁରରୁ ୩୫ ଜଣ, ଝାରସୁଗୁଡ଼ାରୁ ୧ ଜଣ, କନ୍ଧମାଳରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ, କେଉଁଝରରୁ ୫ ଜଣ, ଖୋର୍ଦ୍ଧାରୁ ୨୮୯ ଜଣ, ମାଲକାନଗିରିରୁ ୨ ଜଣ, ମୟୁରଭଞ୍ଜରୁ ୨୪ ଜଣ, ନୟାଗଡ଼ରୁ ୧୨ ଜଣ, ପୁରୀରୁ ୧୩ ଜଣ, ରାୟଗଡ଼ାରୁ ୫ ଜଣ, ସମ୍ୱଲପୁରରୁ ୨୦ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୦ ଓ ଷ୍ଟେଟ ପୁଲରୁ ୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦, ୦୧, ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯, ୮୫, ୩୦୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮, ୯୧୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Show More
Back to top button