

ସତ୍ୟଶିଖା(ଭୁବନେଶ୍ୱର )୧୦ .୦୯ .୨୦୨୧: ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣ ହ୍ରାସ ପାଇଥିଲେ ବି ସଂକ୍ରମଣ କମିନାହିଁ । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରରୁ ୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ କେସ ୧୫ଟି ରହିଥିବା ବେଳେ ୪୮ଟି ସ୍ଥାନୀୟ କେସ ରହିଛି । ଅନ୍ୟପଟେ ୯୩ ଜଣ କରୋନାରୁ ସୁସ୍ଥ ମଧ୍ୟ ହୋଇଛନ୍ତି ଭୁବନେଶ୍ୱରରୁ । ସମ୍ପୂର୍ଣ ସୂଚନା ଅନୁଯାୟୀ ଏ ଯାବତ , ମୋଟ ୨୯ ହଜାର ୮୪୭ ପଜିଟିଭ ମଧ୍ୟରୁ ୧୮୪ ଜଣଙ୍କର ମୃତ୍ୟୁ ଘଟି ଥିବା ବେଳେ ୨୮ ହଜାର ୮୫୩ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ୭୭୯ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଆଜି ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।