

ସତ୍ୟଶିଖା( ଫୁଲବାଣୀ )୦୪.୦୪.୨୦୨୨ : ଜେଲ୍ ଭିତରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉିତ୍ତେଜନା। ରାସ୍ତାରୋକ କରି ବିରୋଧ ପ୍ରଦର୍ଶନ କରୁଛନ୍ତି ଲୋକେ। ଫୁଲବାଣୀ ଜିଲ୍ଲା କାରାଗାରର ଜଣେ ବିଚାରାଧୀନ କଏଦୀ ମୃତ୍ୟୁଞ୍ଜୟ କହଁରଙ୍କ ମୃତ୍ୟୁକୁ ନେଇ ଲୋକେ ଗୋଚ୍ଛାପଡ଼ା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସୂଚନା ଅନୁସାରେ ଗତବର୍ଷ ନଭେମ୍ବର ମାସରେ ତାଙ୍କୁ ଗୋଚ୍ଛାପଡ଼ା ଥାନା ପୋଲିସ ଏକ NDPS ମାମଲାରେ ଗିରଫ କରିଥିଲା ଏବଂ ସେହି ମାମଲାରେ ସେବେଠାରୁ ସେ ଫୁଲବାଣୀ ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବେ ରହୁଥିଲେ। କିନ୍ତୁ ଗତମାସ ୧୬ ତାରିଖରେ ସେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ତାଙ୍କୁ ପ୍ରଥମେ ଫୁଲବାଣୀ ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ହୋଇଛି।