

ସତ୍ୟଶିଖା ( ଭୁବନେଶ୍ୱର )୦୩/୧୧ /୨୦୨୧: ରାଜ୍ୟରେ ନିୟନ୍ତ୍ରଣରେ ରହିଛି ମହାମାରୀ । ଦୈନିକ ସଂକ୍ରମଣ ମାମଲା ତଳମୁହାଁ ହୋଇଛି । ଆଜି ଓଡିଶାର ବିଭିନ୍ନ ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରେ ୪୨ ଜଣ ୧୮ ବର୍ଷରୁ କମ୍ ବୟସ୍କ ରହିଛନ୍ତି । ସେହିପରି ତନ୍ମଧ୍ୟରୁ ୧୮୭ଟି କ୍ବାରେଣ୍ଟାଇନ ମାମଲା ଥିବାବେଳେ ୧୩୫ଟି ଲୋକାଲ ସଂକ୍ରମଣ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ବରରୁ ୬, ବରଗଡରୁ ଜଣେ, ଭଦ୍ରକରୁ ୭, ବୌଦ୍ଧରୁ ଜଣେ, କଟକରୁ ୧୯, ଢେଙ୍କାନାଳରୁ ୩, ଗଜପତିରୁ ୨, ଗଞ୍ଜାମରୁ ୩, ଜଗତସିଂହପୁରରୁ ୯, ଯାଜପୁରରୁ ୧୩, କଳାହାଣ୍ଡିରୁ ୨, କେନ୍ଦ୍ରାପଡାରୁ ୮, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୧୬୯, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ଜଣେ, ନୟାଗଡରୁ ୪, ନୂଆପଡାରୁ ୩, ପୁରୀରୁ ୫, ରାୟଗଡାରୁ ଜଣେ, ସମ୍ବଲପୁରରୁ ୧୦, ସୋନପୁରରୁ ଜଣେ, ସୁନ୍ଦରଗଡରୁ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ କୋଭିଡ ପଜିଟିଭଙ୍କ ସଂଖ୍ୟା ୩୯ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୨ହଜାର ୪୨୨ କୁ ବୃଦ୍ଧି ପାଇଛି ।