

ସତ୍ୟଶିଖା(କୋରାପୁଟ ) ୧୬.୦୮ .୨୦୨୧:ଆଜି କୋଟିଆ ଯିବେ ୩ ରାଜନୈତିକ ଦଳ । କୋଟିଆ ସମେତ କୋରାପୁଟ ଜିଲ୍ଲାର ୨୨ ଖଣ୍ଡ ଗାଁ ଉପରେ ପଡ଼ୋଶୀ ଆନ୍ଧ୍ରର ନଜର । ଯେ କୌଣସି ଉପାୟରେ ଏହି ସବୁ ଗାଁକୁ ଅକ୍ତିଆର କରିବାକୁ ଯୋଜନା ଚଳାଇଛି ଆନ୍ଧ୍ରପ୍ରଦେଶ । ଆଜି କୋଟିଆରେ ଫଳକ ଲଗାଇବାକୁ ଆନ୍ଧ୍ର ଯୋଜନା କରୁଥିବା ବେଳେ ଏହାକୁ ବିରୋଧ କରିବ ଓଡ଼ିଶା ।
ଏଥିପାଇଁ ଓଡ଼ିଶାର ୩ ପ୍ରମୁଖ ଦଳର ନେତା ସହମତି ଭିତ୍ତିରେ କୋଟିଆ ଗସ୍ତ କରିବେ । କଂଗ୍ରେସ, ବିଜେପି ଓ ବିଜେଡି ପକ୍ଷରୁ କୋଟିଆରେ ଆନ୍ଧ୍ରକୁ ବିରୋଧ କରାଯିବ ।