ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୧୮ ନୂଆ କରୋନା ଆକ୍ରାନ୍ତ ; ୨ ମୃତ

ସତ୍ୟଶିଖା(ଭୁବନେଶ୍ୱର) ୧୫.୧୨.୨୦୨୧:  ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନେ ବୃଦ୍ଧି ହେଲେ ଦିନେ ହ୍ରାସ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୨୧୮ ନୂଆ ସଂକ୍ରମିତ। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୨୮, ସଙ୍ଗରୋଧରୁ ୧୨୭, ସ୍ଥାନୀୟ ୯୧। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୨,୧୪୫ରେ ପହଞ୍ଚିଛି। ଆରୋଗ୍ୟଙ୍କ ସଂଖ୍ୟା ୧୦,୪୧, ୭୨୮ ବୃଦ୍ଧି ପାଇଛି। ୧,୯୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।  ୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୧, ଭଦ୍ରକ ୧, କଟକ ୧୫, ଦେଓଗଡ ୨, ଗଞ୍ଜାମ ୫୭, ଜଗତସିଂହପୁର ୨, ଯାଜପୁର ୪, ଝାରସୁଗୁଡା ୧, କଳାହାଣ୍ଡି ୨, କେନ୍ଦ୍ରାପଡା ୩, ଖୋର୍ଦ୍ଧା ୧୧୭, କୋରାପୁଟ ୧, ମୟୁରଭଞ୍ଜ ୭, ନୟାଗଡ ୨, ପୁରୀ ୩, ରାୟଗଡା ୧, ସମ୍ବଲପୁର ୭, ସୁନ୍ଦରଗଡ ୧୪ ,ଷ୍ଟେଟ ପୁଲରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଖୋର୍ଦ୍ଧା ଓ କେନ୍ଦୁଝର ଜିଲାର। ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୩୯ରେ ପହଞ୍ଚିଛି।

Exit mobile version