ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଆଜି ୧୭୦୩ ପଜିଟିଭ ଚିହ୍ନଟ , ୬୯ ମୃତ

ସତ୍ୟଶିଖା(ଭୁବନେଶ୍ୱର) ୨୮.୦୭.୨୦୨୧:  ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭୦୩  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୭୧୫ ଟି ହେଉଛି ଲୋକାଲ୍ କେସ୍‌। ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧା ଜିଲ୍ଲାରୁ  ସର୍ବାଧିକ ୩୮୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୦, କେନ୍ଦ୍ରାପଡ଼ାରୁ ୧୪୯, ପୁରୀରୁ ୧୩୯ ଯାଜପୁରରୁ ୮୫, ମୟୂରଭଞ୍ଜରୁ ୬୨ ଢେଙ୍କାନାଳରୁ ୫୨, ଜଗତସିଂହପୁରରୁ ୫୧, ନୟାଗଡ଼ରୁ ୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାବାଦ ସୁନ୍ଦରଗଡ଼ରୁ  ୪୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରାୟଗଡ଼ାରୁ ୩୩, କେନ୍ଦୁଝରରୁ ୨୮, ସମ୍ବଲପୁରରୁ ୧୫ କଳାହାଣ୍ଡିରୁ ୧୨ ସୁବର୍ଣ୍ଣପୁର ଓ ଗଞ୍ଜାମରୁ ୧୦ ଲେଖାଏ  ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବାଦ  ଦେବଗଡ଼଼ରୁ ୯, କନ୍ଧମାଳରୁ- ୮ ଆକ୍ରାନ୍ତ , ଝାରସୁଗୁଡ଼ା ଓ କୋରାପୁଟରୁ ୫ ଲେଖାଏ, ବୌଦ୍ଧ, ମାଲକାନଗିରିରୁ ୪ ଲେଖାଏ ,  ବଲାଙ୍ଗିର, ଗଜପତି, ନୂଆପଡ଼ା ଜିଲ୍ଲାରୁ ୩ ଜଣ ଲେଖାଏ ଓ ଷ୍ଟେଟପୁଲରୁ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

Show More
Back to top button