ଆଜି କରୋନାରେ ଗଲା ଆଉ ୧୭ ଜୀବନ

ସତ୍ୟଶିଖା(ଭୁବନେଶ୍ୱର) ୧୨ .୦୫.୨୦୨୧:  ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି।

୧୭ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ସେହିପରି ୪ ମୃତକଙ୍କ ଛାଡ଼ି ଦେଲେ ଅନ୍ୟମାନଙ୍କର ଅନ୍ୟ କୌଣସି ରୋଗ ମଧ୍ୟ ନଥିଲା। ଅନୁଗୋଳ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି, ପୁରୀ ଓ ସୁନ୍ଦରଗଡ଼ରୁ ୨ ଜଣଙ୍କ ଲେଖାଏଁ ମରିଛନ୍ତି। ସେହିପରି ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଆଉ ୩ ଜଣ ଲେଖାଏଁଙ୍କ ଜୀବନ ଯିବା ସହିତ ଅନୁଗୋଳ ଓ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୫୦ ଓ ୩୯୫କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରେ ଏଯାବତ୍ ସବୁଠୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି।

କଳାହାଣ୍ଡିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଥିବା ବେଳେ ପୁରୀରେ ୧୩୭, ସୁନ୍ଦରଗଡ଼ରେ ୨୧୫, ବାଲେଶ୍ୱରରେ ୧୦୧, ବୌଦ୍ଧରେ ୧୮, ଢେଙ୍କାନାଳରେ ୩୩, ଗଞ୍ଜାମରେ ୨୬୫ ଓ ରାୟଗଡ଼ରେ ୭୭ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗୋଟିଏ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଦୈନିକ କରୋନା ସଂକ୍ରମଣ ୧୦ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦,୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Exit mobile version