ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆଜି ରାଜ୍ୟରେ ୧୨ କରୋନା ପଜିଟିଭ୍ ଚିହ୍ନଟ

ସତ୍ୟଶିଖା (ଭୁବନେଶ୍ୱର) ୧୯.୦୫.୨୦୨୨: ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ  ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭ଜଣ ରହିଥିବାବେଳେ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ୨ଜଣ ରହିଛନ୍ତି   ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବଲାଙ୍ଗିର ଓ କଟକ ଜିଲ୍ଲାରୁ ଜଣେ, ଗଜପତିରୁ ୨ଜଣ, ଖୋଦ୍ଧାରୁ ୬, ନୂଆପଡାରୁ ୧ ଓ ରାଜ୍ୟପୁଲରୁ ଜଣେ ରହିଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୮ହଜାର ୩୩୯କୁ ବୃଦ୍ଧି ପାଇଛି  । ଅଜି ୧୫ଜଣ କରୋନାକୁ ମାତ୍ ଦେଇଛନ୍ତି । ଏହାକୁ ରାଜ୍ୟରେ ମୋଟ କରୋନା ସୁସ୍ଥକଙ୍କ ସଂଖ୍ୟା ୧୨ଲକ୍ଷ ୭୯ହଜାର ୪୦ରେ ପହଞ୍ଚିଛି ଓ ବର୍ତ୍ତମାନ ସକ୍ରିୟ ମାମଲା ୧୨୦ ରହିଛି ।

Show More
Back to top button