Uncategorizedନ୍ୟୁଜ୍ରାଜ୍ୟ

ସାରଥୀଙ୍କୁ ପ୍ରବଚନ ଦେବା ପାଇଁ ହାଇକୋଟ ଅନୁମତି ପରେ ସମର୍ଥକ କହିଲେ ବାବା ତାଙ୍କ ପାଇଁ ଭଗବାନ ..

ସତ୍ୟଶିଖା : ୧୭/୦୨/୧୦୨୧ :  ବାବା ସାରଥୀ ପୁଣି ପ୍ରବଚନ ଦେବେ ବୋଲି ଶୁଣିବା ପରେ ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତ ।  ସେମାନଙ୍କ କହିବା ହେଲା ବାବା ସେମାନଙ୍କ ପାଇଁ ଭଗବାନ । କାରଣ ସାରଥୀଙ୍କ ଚମତ୍କାରୀତା ବଳରେ ସେମାନେ କିମ୍ବା ସେମାନଙ୍କ ସଂପର୍କୀୟ ବିଭିନ୍ନ ଦୂରାରୋଗ୍ୟରୁ ମୁକ୍ତି ପାଇଛନ୍ତି । ହେଲେ ହେତୁବାଦୀଙ୍କ କହିବା ହେଲା କାକତାଳିକ ନ୍ୟାୟରେ କିଛି କିଛି ରୋଗ ଭଲ ହୋଇଥାଇପାରେ । କିନ୍ତୁ ସାରଥୀ ଯଦି ଚମତ୍କାର କରିପାରୁଥିଲେ ତାହାହେଲେ ନିଜକୁ ଦୋଷମୁକ୍ତ କରିବା କିମ୍ବା ଜେଲରୁ ମୁକୁଳାଇବା ଭଳି ଚମତ୍କାର କାହିଁକି କରିପାରିଲେ ନାହିଁ ।  ବିବାଦୀୟ ସାରଥୀ ବାବାଙ୍କୁ ପୁଣି ପ୍ରବଚନ ଦେବାକୁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସାରଥୀ କୋର୍ଟରେ ଆବେଦନ କରିଥିଲେ,ଯେ ସେ ଜଣେ ବ୍ରାହ୍ମଣ ଏବଂ ପ୍ରବଚନ ଦେବା ତାଙ୍କର ଏକ ପେଶା । ଏବଂ ଏଥିରୁ ହିଁ ତାଙ୍କର ରୋଜଗାର ହୋଇଥାଏ । ଶେଷରେ କୋର୍ଟ ପ୍ରବଚନ ଦେବା ପାଇଁ ତାଙ୍କୁ ସର୍ତମୂଳକ ଅନୁମତି ଦେଇଛନ୍ତି । କେନ୍ଦ୍ରାପଡା ବାରିମୁଳ ଆଶ୍ରମ ଛଡା ଅନ୍ୟ ସ୍ଥାନରେ ୨୦୦ ଲୋକ ଙ୍କୁ ନେଇ ପ୍ରବଚନ ଦେବା ପାଇଁ ଅନୁମତି ମିଳିଛି ।

Show More
Back to top button