ଶୌଚାଳୟରେ ବାଘ, କୁକୁର ଏକାଠି


ସତ୍ୟଶିଖା ୦୫/୦୨/୨୦୨୧ : କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲାରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଗ୍ରାମରେ କୁକୁର ଓ ଚିତାବାଘ ପ୍ରାୟ ୭ ଘଣ୍ଟା ପର୍ଯ୍ୟନ୍ତ ଶୌଚାଳୟ ଭିତରେ ବନ୍ଦ ହୋଇ ରହିଥିଲେ । ସାତ ଘଣ୍ଟା ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରହିବା ପରେ କୁକୁର ଓ ଚିତାବାଘକୁ ବାହାରକୁ ଅଣାଯାଇଥିଲା ।
ଏହି ଘଟଣା ଦକ୍ଷିଣ କନ୍ନଡର ଏକ ଗାଁର କିଛିଦିନ ପୂର୍ବର । ସକାଳ ସମୟରେ ଏକ ଚିତାବାଘ କୁକୁରଟିକୁ ଗୋଡାଇ ସହ ଉଭୟ ଗୋଟିଏ ଶୌଚାଳୟ ମଧ୍ୟକୁ ପଳାଇଥିଲେ । ଏମାନଙ୍କର ଶବ୍ଦ ଶୁଣି ଆଖପାଖର ସମସ୍ତ ଲୋକେ ଏକାଠି ହୋଇଥିଲେ । କୁକୁର ଓ ଚିତାବାଘକୁ ଦେଖି ଲୋକେ ଭୟ, ଆଶ୍ଚର୍ଯ୍ୟ ହେବା ସହ ଶୌଚାଳୟକୁ ବାହାରକୁ ବନ୍ଦ କରି ପୁଲିସ ଓ ବନ୍ୟ ଅଧିକାରୀଙ୍କୁ ଖବର ଦେଇଥିଲେ ।
ବନ ବିଭାଗର ଜଣେ ଅଧିକାରୀଙ୍କ ମତାନୁଯାୟୀ, ଉଭୟଙ୍କୁ ଏକାଠି ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାପରେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ପିଞ୍ଜରା , ଜାଲ ଆଦିକୁ ବ୍ୟବହାର କରିଥିଲେ । ପଶୁ ଚିକିତ୍ସକ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ବହୁ ସମୟ ପରେ ଦେଖାଗଲା ଚିତାବାଘଟି ଡେଇଁ ଶୌଚାଳାୟ ବାହାରକୁ ବାହାରି ଆସିବା ସହ କୁକୁରଟି ମଧ୍ୟ ଆସିଥିଲା । ମାତ୍ର ବାଘ କୁକୁରର କୌଣସି କ୍ଷତି କରିନଥିଲା । ଏହି ସମସ୍ତ ଘଟଣାର ଏକ ଫଟୋ ଶୌଚାଳୟର ଝରକା ମଧ୍ୟ ଦେଇ ଉଠାଯାଇଥିଲା। । ଯାହା ଖୁବ ଭାଇରାଲ ହେଉଛି ।