ସତ୍ୟଶିଖା (ରାଇରଙ୍ଗପୁର) ୨୦/୧୦/୨୦୨୦ : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ କଟାସ ଗାଁ ନିକଟରୁ ବାଘ ଛାଲ ଜବତ ହୋଇଛି । ଏହାସହ ୫ ଜଣ ଚୋରା ବେପାରିଙ୍କୁ ଗିରଫ କରିବା ସହ ୨ଟି ବାଇକ ଜବତ କରିଛି ବନ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ବାଘ ଛାଲ କାରବାର ଚାଲିଥିବା ବେଳେ ଚଢାଉ କରିଥିଲା ବନ ବିଭାଗ । ବାଘ ଛାଲ ଜବତ କରିବା ସହ କାରବାରରେ ସଂପୃକ୍ତ ୫ ଜଣଙ୍କୁ ଧରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ କୁଳିଅଣାର ଖେଲାରା ମହାଁସଦା ଓ ହାମ୍ବୀର ଟୁଡୁ, ବିଶୋଇର ବାଜିନାଥ ହେମ୍ବ୍ରମ, ସନତ ମାରାଣ୍ଡି ଓ ଜାମଦାର ତୁଶୀଲ ମୁର୍ମୁ ।
ବାଘ ଛାଲ କାରବାରର ପର୍ଦ୍ଦାଫାଶ
