

ସଦ୍ୟ ଅନୁଷ୍ଠିତ ସର୍ଭେ ଅନୁସାରେ, ଭିଟାମିନ୍ ‘ଡି’ ଏବଂ କରୋନା ଭାଇରସ୍ ରେ ହେଉଥିବା ମୃତ୍ୟୁ ଭିତରେ ଗଭୀର ସମ୍ୱନ୍ଧ ରହିଛି ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି । ଯେଉଁଲୋକମାନଙ୍କ ମଧ୍ୟରେ ଭିଟାମିନ୍ ‘ଡି’ ପୋଷକ ତତ୍ତ୍ୱର ମାତ୍ରା କମ୍ ଥାଏ, ସେହିମାନଙ୍କୁ କରୋନା ଭାଇରସ୍ ଗ୍ରାସ କରି ମୃତ୍ୟୁମୁଖରେ ପକାଇଥାଏ । ବର୍ତ୍ତମାନ ସ୍ଥିତିରେ ଭିଟାମିନ୍ ‘ଡି’କୁ ଶରୀରରେ ଉପଯୁକ୍ତ ମାତ୍ରାରେ ରଖିବାର ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟରେ ରହିଛି ଏହି ଉପାଦେୟ ତତ୍ତ୍ୱ ଭିଟାମିନ୍ ‘ଡି’ ।
ମାଛ:
ମାଛ ଭିଟାମିନ୍ ‘ଡି’ର ସବୁଠାରୁ ଭଲ ଉତ୍ସ ଅଟେ । ବିଭିନ୍ନ ପ୍ରକାରର ମାଛରେ ଯଥେଷ୍ଟ ପରିମାଣରେ ଭିଟାମିନ୍ ‘ଡି’ ରହିଥାଏ । ଚୂନା ମାଛରେ ଭିଟାମିନ୍ ‘ଡି’ର ପ୍ରଚୁର ମାତ୍ରା ରହିଅଛି, ଯାହା ବିଭିନ୍ନ ଶାରୀରିକ ବ୍ୟାଧିର ସମ୍ଭାବନାକୁ କମ୍ କରିଥାଏ ।
ଅଣ୍ଡା:
ଅଣ୍ଡାରେ ବିଭିନ୍ନ ପ୍ରକାର ଭିଟାମିନ୍ ଓ ପ୍ରୋଟିନ୍ ତତ୍ତ୍ୱ ମିଳିଥାଏ । ଅଣ୍ଡାକୁ ସକାଳ ଜଳଖିଆରେ ଖାଇବା ଲାଭଦାୟକ, ଯାହାକି ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ଦୈନିକ ଅଣ୍ଡା ଖାଇଲେ ସେଥିରୁ ଶରୀରକୁ ୭ପ୍ରତିଶତ ଭିଟାମିନ୍ ‘ଡି’ ମିଳିଥାଏ । ଅଣ୍ଡାର ଶ୍ୱେତବର୍ଣ୍ଣର ଭାଗରୁ ଭିଟାମିନ୍ ‘ଏ’, ‘ଇ’ ଏବଂ ଜିଙ୍କ୍ ମଧ୍ୟ ମିଳିଥାଏ ।
ଦୁଗ୍ଧ ବା କ୍ଷୀର:
ଯଦି ଆପଣ ଶାକାହାରୀ, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । କ୍ଷୀର ମଧ୍ୟ ଭିଟାମିନ୍ ‘ଡି’ର ପ୍ରମୁଖ ସ୍ରୋତ ଅଟେ । ଦୈନିକ କ୍ଷୀର ପିଇଲେ ଶରୀରକୁ ଅବିଶ୍ୱସନୀୟ ଭାବରେ ୨୧ପ୍ରତିଶତ ଭିଟାମିନ୍ ‘ଡି’ ମିଳିଥାଏ ।
ଛତୁ:
ଛତୁରେ ମଧ୍ୟ ଭିଟାମିନ୍ ‘ଡି’ର ଭରପୁର ମାତ୍ରା ରହିଛି । ଛତୁ ଚାଷ କରିବା ସମୟରେ ଏହା ଉପରେ ସୂର୍ଯ୍ୟକିରଣ ପଡ଼ିଥାଏ । ସୂର୍ଯ୍ୟକିରଣ ଭିଟାମିନ୍ ‘ଡି’ର ସବୁଠାରୁ ଭଲ ସ୍ରୋତ । ଏଣୁ ଛତୁରୁ ମଧ୍ୟ ଭିଟାମିନ୍ ‘ଡି’ର ତତ୍ତ୍ୱ ଯଥେଷ୍ଟ ମାତ୍ରାରେ ମିଳିଥାଏ ।
ସୋୟା ମିଲ୍କ:
ଭିଟାମିନ୍ ‘ଡି’ର ତତ୍ତ୍ୱକୁ ବିଶେଷ ଭାବରେ ପଶୁ ଉତ୍ପାଦଗୁଡ଼ିକରୁ ମିଳିଥାଏ । ତେଣୁ ଶାକାହାରୀମାନଙ୍କ ଠାରେ ଏହି ଭିଟାମିନ୍ ‘ଡି’ର ଅଭାବ ପରିଲକ୍ଷିତ ହେବା ଏକ ସ୍ୱାଭାବିକ ଘଟଣା । ଖାସ୍ ଏହି କାରଣରୁ ଶାକାହାରୀମାନଙ୍କ ମଧ୍ୟରେ ସୋୟା ମିଲ୍କର ଲୋକପ୍ରିୟତା ବହୁତ ବେଶୀ, କାରଣ ଏଥିରେ ଭିଟାମିନ୍ ‘ଡି’ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି ।