

ସତ୍ୟଶିଖା(ଭୁବନେଶ୍ୱର )୧୮.୧୦ .୨୦୨୧: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । ଟିଟିଲାଗଡ ଥାନାରେ ଅଟକ ଥିବାବେଳେ ଚମ୍ପଟ ମାରିଛନ୍ତି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗରେ ଥିବା ସନ୍ ସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁ । ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ତାଙ୍କୁ ଉଠାଇ ଆଣିଥିଲା ପୋଲିସ ।
ଗତ ୮ ତାରିଖରେ ଗୋବିନ୍ଦ ସାହୁ, ସ୍କୁଲର କିଛି କାଗଜପତ୍ର କାମ ଅଛି କହି ମମିତାଙ୍କୁ ଡକାଇ ଥିଲେ । ହେଲେ ସେ ସ୍କୁଲ ଆସିବା ବାଟରେ କେଉଁଆଡେ ନିଖୋଜ ହୋଇଯାଇଛନ୍ତି । ଏହି ମାମଲାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ପୋଲିସ ଉଠାଇ ଆଣିଥିବାବେଳେ ସେ ପୋଲିସ ହେପାଜତରୁ କେମିତି ଚମ୍ପଟ ମାରିଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣାରେ କାମରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିିଛି ।