

ସତ୍ୟଶିଖା ( ଭୁବନେଶ୍ୱର ) ୩୦ /୦୯ /୨୦୨୧: ବସଟି ଯାତ୍ରୀଙ୍କୁ ନେଇ ତୁରାରୁ ଶିଲଂ ଅଭିମୁଖେ ଯାଉଥିଲା । ତେବେ ନୋଙ୍ଗଚରମରେ ରିଙ୍ଗଡି ନଦୀ ପାର୍ ବେଳେ ଏହା ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡିଥିଲା । ବୁଧବାର ବିଳମ୍ବିତ ରାତ୍ର ପ୍ରାୟ ୧୨ଟା ବେଳେ ଏହି ଅଘଟଣ ଘଟିଛି ।
ଏଥିରେ ୬ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୧ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୬ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ମୃତଦେହକୁ ଶୀଘ୍ର ଉଦ୍ଧାର କରାଯିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି । ସ୍ଥାନୀୟ ଲେକେ ଓ ପୋଲିସ ଉଦ୍ଧାରକାର୍ଯ୍ୟରେ ସାମିଲ ହୋଇଛନ୍ତି ।
ଉଦ୍ଧାର ହୋଇଥିବା କିଛି ଯାତ୍ରୀ କହିଛନ୍ତି ଯେ, ବସଟି ଦ୍ରୁତ ଗତିରେ ଯାଉଥିଲା । ତେଣୁ ବ୍ରିଜ ଉପରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ତେବେ ମୃତକଙ୍କ ମଧ୍ୟରେ ଡ୍ରାଇଭର ମଧ୍ୟ ଥିବା ଜଣାପଡିଛି ।