ଖେଳନ୍ୟୁଜ୍ରାଜ୍ୟ

ବାରବାଟୀ ଷ୍ଟାଡିୟମ କାଉଣ୍ଟରରେ ହେବନି ଟିକେଟ୍ ବିକ୍ରି

ସତ୍ୟଶିଖା (କଟକ) ୦୩.୦୬.୨୦୨୨:  ବାରବାଟୀ ଟି-୨୦ ପାଇଁ ଏଥର ଷ୍ଟାଡ଼ିୟମ କାଉଣ୍ଟରରେ ଟିକେଟ ବିକ୍ରି ହେବ ନାହିଁ । ଟିକେଟ ବିକ୍ରି ପାଇଁ ଓସିଏ ପକ୍ଷରୁ ସ୍ୱତନ୍ତ୍ର ଭାବେ ଶୀତତାପ ନିୟନ୍ତ୍ରଣ ଭ୍ରାମ୍ୟମାଣ ଷ୍ଟିଲ୍ ବିଲ୍ଡିଂର ବ୍ୟବସ୍ଥା କରାଯାଉଛି ।  ପୂର୍ବରୁ ରହିଥିବା ଷ୍ଟାଡିୟମ କାଉଣ୍ଟର ପାଖରେ ଏହି ଭ୍ରାମ୍ୟମାଣ ବିଲ୍ଡିଂ ରଖାଯିବ । ଏହା ଷ୍ଟିଲରେ ନିର୍ମାଣ ହେଉଥିବା ବେଳେ ଭିତରେ ଶୌଚାଳୟ, ପାଣି ଇତ୍ୟାଦିର ବ୍ୟାବସ୍ଥା ରହିବା ପୂର୍ବରୁ ରହିଥିବା କାଉଣ୍ଟରରେ ଖରାବେଳେ ଟିକେଟ ବିକ୍ରି କରିବା ବ୍ୟାଙ୍କ କର୍ମଚାରୀଙ୍କୁ ନାନା ଅସୁବିଧା ହେଉଥିଲା । ପ୍ରବଳ ଗରମ ହେଉଥିଲା ବେଳେ ଶୌଚାଳୟ ଯିବାକୁ ହେଲେ ଦୂରକୁ ଯିବାକୁ ପଡୁଥିଲା । ହେଲେ ନୂଆ ଷ୍ଟିଲ ବିଲ୍ଡିଂରେ ସବୁକିଛି ସୁବିଧା ଉପଲବ୍ଧ ଥିବାରୁ ତାହା ଭିତରେ ବ୍ୟାଙ୍କ କର୍ମଚାରୀ ରହି ଟିକେଟ ବିକ୍ରି କରିବେ । ତେଣୁ ଓସିଏ ପକ୍ଷରୁ ତିନିଟି ଭ୍ରାମ୍ୟାମାଣ  ଷ୍ଟିଲ ବିଲ୍ଡିଂ ନିର୍ମାଣ କରାଯାଇଛି ।

୧୦ ଫୁଟରେ ୨୦ ଫୁଟ ମାପରେ ଦୁଇଟି ଏବଂ ୧୦ ଫୁଟରେ ୧୦ ଫୁଟ ମାପର ଗୋଟିଏ ଷ୍ଟିଲ ବିଲ୍ଡିଂ ନିର୍ମାଣ କରାଯାଉଛି । ବଡ ବିଲ୍ଡିଂରେ ୫ଟି ଲେଖାଏଁ ଝରକା ଟିକଟ ମିଳିବ । କେବେ ଛୋଟ ଷ୍ଟିଲ ବିଲ୍ଡିଂ ଦାମୀ ଟିକଟ ଗୁଡିକ ୩ଟି ଝରକା ମାଧ୍ୟମରେ ବିକ୍ରି କରାଯିବ । ଏହି ଷ୍ଟିଲ ବିଲ୍ଡିଂ ଗୁଡିକୁ ଷ୍ଟାଡିୟମର କାଉଣ୍ଟର ପାଖରେ ରଖାଯିବ । ତେଣୁ ଏଥିରେ ଟିକେଟ ବିକ୍ରିରେ କୌଣସି ପ୍ରକାରର ସମସ୍ୟା ରହିବନି ବୋଲି ଓସିଏ ପକ୍ଷରୁ କୁହାଯାଇଛି ।

Show More
Back to top button