

ସତ୍ୟଶିଖା(ନୂଆଦିଲ୍ଲୀ) ୨୩.୦୭.୨୦୨୧: ଲୋକପ୍ରିୟ ଭିଡ଼ିଓ ଆପ ଟିକ୍ ଟକ ଖୁବଶୀଘ୍ର ପୁଣିଥରେ ଭାରତରେ ପ୍ରଶେ କରିପାରେ । ନୂଆ ଲୁକ ଏବଂ ନୂଆ ନାଁ ସହ । ଏକ ରିପୋର୍ଟ ଅନୁସାରେ ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟଡ୍ୟାନ୍ସ ତାହାର ଏହି ସଟ ଭିଡ଼ିଓ ଆପର ନୂଆ ଟ୍ରେଡମାର୍କ ପାଇଁ କଣ୍ଟ୍ରୋଲ ଜେନେରାଲ ଅଫପେଟେଣ୍ଟସ, ଡିଜାଇନ୍ ଆଣ୍ଡ୍ଟ୍ରେଡ୍ ମାର୍କରେ ଆପ୍ଲାଇ କରିଛି । ସୂଚନାଯୋଗ୍ୟ ଗତବର୍ଷ କେନ୍ଦ୍ର ସରକାର ୫୬ଟି ଚୀନ୍ ଆପକୁ ବ୍ୟାନ କରିଥିଲେ, ଯେଉଁଥିରେ ଟିକ୍ ଟକ ମଧ୍ୟ ସାମିଲ ଥିଲା । ଏହା ବ୍ୟାନ ହେବାପରେ ସମସ୍ତ ଆପ୍ ଷ୍ଟୋରରୁ ଏହାକୁ ହଟାଇ ଦିଆଯାଇଥିଲା । ରିପୋର୍ଟ ଅନୁସାରେ ବାଇଟଡ୍ୟାନ୍ସ ଭାରତରେ ନିଜ ଆପ୍ର ପ୍ରତ୍ୟାବର୍ତ୍ତନ ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରୁଛି । ତେବେ ନୂଆ ଆଇଟି ନିୟମ ପାଳନ କରିବ ବୋଲି କମ୍ପାନୀ ସରକାରଙ୍କୁ ଭରସା ଦେଇଛି ।