ରାଶିଫଳ

ଆଜି ଗୁରୁବାର :ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

ସତ୍ୟଶିଖା (ଭୁବନେଶ୍ୱର) ୧୮.୦୩.୨୦୨୧:

ମେଷ – କର୍ମସ୍ଥ ତିନୋଟି ଗ୍ରହ ପ୍ରଭାବରେ ଉପରିସ୍ଥ ତାଗିଦା କାରଣରୁ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ଅନ୍ୟାନ୍ୟ କ୍ଷେତ୍ରରେ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୨ ।

ବୃଷ – ରାହୁ ଓ ମଙ୍ଗଳଙ୍କ ପ୍ରଭାବରୁ ବିବାଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ । କେତେକ କ୍ଷେତ୍ରରେ ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

ମିଥୁନ – ସକାଳୁ ସକାଳୁ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ହେବ । ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସକାଶେ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ । ଉନ୍ନତି ଘଟିବା ସଙ୍ଗକୁ ଦୂରଯାତ୍ରାର ସୁଯୋଗ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

କର୍କଟ – ଦୀର୍ଘଦିନରୁ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ନୀଚସ୍ଥ ଚନ୍ଦ୍ର ଯୋଗୁଁ ସ୍ୱାସ୍ଥ୍ୟରେ ଅବନ୍ନତି ଓ ବିବାଦୀୟ ଘଟଣାର ଅପଦସ୍ଥ ହେବେ । କୃତିତ୍ୱଲାଭ ସକାଶେ ମିଷ୍ଟାନ୍ନ ଲାଭରୁ ମନ ଖୁସି ରହିବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୧ ।

ସିଂହ – ଉଚ୍ଚରୋହୀ ରବିଙ୍କ ପ୍ରଭାବରେ ମାନସିକ ସ୍ଥିରତା ନ ରହିଲେ ମଧ୍ୟ ପ୍ରତ୍ୟେକ କାମ କରିବାକୁ ନାଧ୍ୟ ହେବେ । ସାଧାରଣ କଥାରେ ବନ୍ଧୁଙ୍କ ସହ ମାନମନାନ୍ତର ଦେଖା ଦେଇପାରେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୯ ।

କନ୍ୟା – ସ୍ଥଗିତ କାମକୁ ପୂରାଦମ୍‌ ରେ କରି ସଫଳତା ହାସଲ କରିବେ । ବନ୍ଧୁବର୍ଗଙ୍କ ଚର୍ଚ୍ଚାକୁ ନେଇ ପ୍ରଶଂସା ମୁଖର ହେବେ । ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୪ ।

ତୁଳା – ପରିବାରର ବ୍ୟୟ ଭାର କ୍ରମଶଃ କମି ଆସିବାରୁ ଅସ୍ୱସ୍ତି ଲାଭ କରିବେ । କାର୍ଯ୍ୟ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖା ଦେଇପାରେ । ଦୀର୍ଘପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ବିଛା – ନୂତନ ଭାବରେ ହାତକୁ ନେଇଥିବା କାମଟିକୁ ପୂର୍ଣ୍ଣାଙ୍ଗ କାରିବାରେ ସଫଳ ହେବେ । ସହକର୍ମୀଙ୍କ ସହାୟତା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ମୁତାବକ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

ଧନୁ – ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବେ । ଆବଶ୍ୟକତା ପୂରଣ ସକାଶେ ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ । ହଠାତ୍‌ କୋନସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୩ ।

ମକର – ବନ୍ଧୁମାନଙ୍କ ସାହର୍ଯ୍ୟ ନେଇ ପାରିବାରିକ ସମସ୍ୟାର ସରଳ ସାମଧାନ କରିବେ । ଦୀର୍ଘ ଦିନ ଉପରାନ୍ତେ ପିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବ । ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।

କୁମ୍ଭ – ପାରିବାରିକ ସ୍ତରରେ ଅତୀତକୁ ସ୍ମରଣ କରି ଅନୁତାପ କରିବାକୁ ପଡିପାରେ । ଆଜି ଅଫିସ୍‌ ର ଅସଫଳ କାମଗୁଡିକର ସମୀକ୍ଷା କରିପାରନ୍ତି । ପ୍ରଶଂସିତ ହେବାର ସୁଯୋଗ ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ମୀନ – ସ୍ୱାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ । ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୫ ।

 

Show More
Back to top button