ରାଜ୍ୟ

ଚକୋଲେଟ ଦେବା ବାହାନାରେ ଶିଶୁକୁ ଦୁଷ୍କର୍ମ

କୋରାପୁଟ( ସୂର୍ଯ୍ୟ ପଣ୍ଡା): ଚକୋଲେଟ ଦେବା ବାହାନାରେ ଜଣେ ୪ ବର୍ଷୀୟା ଶିଶୁ କନ୍ୟା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏପରି ପାଶବିକ ଅତ୍ୟାଚାର କରି ସାରିବା ପରେ ଶିଶୁଟିର ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା ଅଭିଯୁକ୍ତ। ଏପରି ଲୋମହର୍ଷଣକାରୀ  ଘଟଣା କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା  ଅଞ୍ଚଳରେ ଘଟିଛି।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଚକୋଲେଟ ଦେବା ବାହାନାରେ ଜଣେ ଯୁବକ ଏହି ଶିଶୁଟିକୁ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ଦୁଷ୍କର୍ମ କରିଥିଲା। ଏହାପରେ କାଳେ କଥା ପ୍ରଘଟ ହୋଇଯିବ ଆଶଙ୍କା କରି ଶିଶୁଟିର ତଣ୍ଟି ଚିପି ହତ୍ୟା ଉଦ୍ୟମ ମଧ୍ୟ କରିଥିଲା।  କିଛି  ସମୟ ପରେ ମରିଗଲା ଭାବି ଛୁଆଟିକୁ ଜଙ୍ଗଲରେ ପକାଇ ଫେରାର ହୋଇ ଯାଇଥିଲା।

ଆହୁରି ପଢ଼ନ୍ତୁ

ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗୁରୁତର ଅବସ୍ଥାରେ ଛୁଆକୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି। ଏଥିନେଇ କାକିରିଗୁମ୍ମା ଥାନାରେ ୫୧/୨୦ରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ କରୁଛି। ହେଲେ ଏଯାଏ ଅଭିଯୁକ୍ତ ଗିରଫ ହୋଇ ନ ଥିବା ଜଣାଯାଇଛି।

ଆଜି  ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ମେଡିକାଲରେ ପହଞ୍ଚି ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।  ଏଥିନେଇ ଡିସିପିଓ ରାଜଶ୍ରୀ ଦାଶ କହିଛନ୍ତି ଯେ, ଶିଶୁକନ୍ୟା ସହ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ଶିଶୁର ବେକରେ ଦାଗ ରହିଛି।   ଶିଶୁକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ସହିତ ଏମିତି ଅପରାଧ ଘଟାଇଥିବା ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି।

[ad_2]
Show More
Back to top button