

ସତ୍ୟଶିଖା (ଭୁବନେଶ୍ୱର) ୨୦/୧୧/୨୦୨୦ : ନଖରା ଛକ ନିକଟରୁ ମହିଳାଙ୍କଠାରୁ ୫ ଲକ୍ଷ ଲୁଟ୍ ଘଟଣାରେ ଅଭିଯୁକ୍ତ ଗିରଫ । ଲୁଟ୍ରେ ସମ୍ପୃକ୍ତ ଯୁବକଙ୍କୁ ଧରିଲା ସ୍ପେଶାଲ ସ୍କ୍ବାଡ୍ । ସମ୍ପୃକ୍ତ ଯୁବକ ଜଣଙ୍କ ଆସ୍କା ଅଞ୍ଚଳର ବୋଲି ସୂଚନା ମିଳିଛି । ତା ନିକଟରୁ ୩ ଲକ୍ଷ ୧୦ ହଜାର ଟଙ୍କା ଉଦ୍ଧାର କରି ପୋଲିସ୍ ତଦନ୍ତ ଜାରି ରଖିଛି । ସେପ୍ଟେମ୍ବର ୭ ତାରିଖରେ ବାଲିଅନ୍ତା ଥାନା ଅନ୍ତର୍ଗତ ନଖରା ଛକ ନିକଟରୁ ସୁନିତା ଜେନାଙ୍କ ଠାରୁ ହୋଇଥିଲା ଲୁଟ୍ l