ରାଶିଫଳ

ଗୁରୁବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଗୁରୁବାର ) ୧୫/୧୦/୨୦୨୦ :

ମେଷ – ଆଜି ସ୍ୱନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ, କାମଗୁଡିକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ । ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ବୃଷ – ଚତୁର୍ଥସ୍ଥ ଶୁକ୍ରଙ୍କ ଯୋଗୁଁ ଲୋକପ୍ରିୟତା ବୃଦ୍ଧି ପାଇବା ସାମାଜିକ ସ୍ତରରେ ପ୍ରଶଂସିତ ହେବେ । ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ମିଥୁନ – ଧନାଧିପତିଙ୍କ ଶୁଭତ୍ୱ କାରଣରୁ ଅର୍ଥ ଲାଭ ସହ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

କର୍କଟ – ଚନ୍ଦ୍ର ନିଜ ରାଶିରେ ରହିଥିବାରୁ ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ ଆଶାଜନକ ଫଳ ପାଇବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ ।

ସିଂହ – ଆର୍ଥିକ ପରିସ୍ଥିତି କ୍ରମଶଃ ବଦଳି ଯିବାରୁ ଏକ ପ୍ରକାର ମନ ହାଲୁକା ହୋଇଯିବ । କିନ୍ତୁ କେତୁଙ୍କ କୁପ୍ରଭାବରେ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି ।  ଶୁଭ ଅଙ୍କ କଫି । ଶୁଭ ଅଙ୍କ ୫ ।

କନ୍ୟା – ଆଜି ଅଭିଳାଷ ପୂରଣ ହେବା ସହ ମଜାମଉଜରେ ଦିନଟି ଅତିବାହିତ କରିବେ । କିନ୍ତୁ ଚିତ୍ରା ନକ୍ଷତ୍ର ବୁଝିବିଚାରି କାମ କରନ୍ତୁ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ତୁଳା – ରାଶ୍ୟାଧିପ ଏକାଦଶ ସ୍ଥାନରେ ରହିଥିବାରୁ କୌଣସି କାମ ଅଟକି ରହିବ ନାହିଁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ବିଛା – ଆପଣ ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତିଟି ନିଜର ଫାଇଦା ହାସଲ କରିବା ସକାଶେ ସର୍ବଦା ଚେଷ୍ଟିତ ରହିବ । ସ୍ତ୍ରୀଙ୍କ ସହ ମତାନ୍ତର ଘଟିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ଧନୁ – ସ୍ୱାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିବାରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।

ମକର – ଆଜି  ଯେଉଁ କାମରେ ହାତଦେବେ ସେଥିରେ ଅତି କମ୍ ସମୟରେ ତାହା ସୁବିଧାରେ ସମ୍ପନ୍ନ ହୋଇ ପାରିବ । ଅଟକି ଥିବା କାମଟି ସହଜରେ ହାସଲ କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୭ ।

କୁମ୍ଭ  –  ଭୁଲ୍ ବୁଝାମଣା କାରଣରୁ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିପାରେ, ଏଣୁ ସତର୍କ ରହିବା ଭଲ । ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାର ସମର୍ଥ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମୀନ – ରାହୁଙ୍କ ଯୋଗୁଁ ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଘଟିବା କାରଣରୁ ମନ ବିଷାଦଗ୍ରସ୍ତ ହୋଇପାରେ । କୌଣସି ଶୁଭ ଖବର ପାଇ ମନ ଖୁସି ହୋଇଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।

Show More
Back to top button