ରାଶିଫଳ

ଗୁରୁବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଗୁରୁବାର ) ୦୮ .୧୦.୨୦୨୦ :

ମେଷ – ଆଜି ଯେଉଁ କାମ କରନ୍ତୁନା କାହିଁକି, ଅବଶ୍ୟ ଠିକ୍ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇ ପଡିବ । ଅତ୍ୟଧିକ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।

ବୃଷ – ଆଜି ନୂତନ ବାଣିଜ୍ୟାରମ୍ଭ, ଆଲୋଚନା, ବନ୍ଧୁ ମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ କାମ ହାସଲ ପାଇଁ ବେଆଇନ୍ କାମ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୬ ।

ମିଥୁନ – ସ୍ୱାସ୍ଥ୍ୟସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟିଯାଇପାରେ । ଫେରି ଯାଇ ଥିବା ବନ୍ଧୁ ଘରକୁ ପୁଣି ଲେଉଟି ଆସିବ, ଯଦ୍ଦ୍ୱାରା ଆପଣ ଖୁସୀ ହେବେ ନାହିଁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

କର୍କଟ – ଉପକୃତ ବ୍ୟକ୍ତିମାନଙ୍କ ବେଖାତିର ମନୋଭାବ ହେତୁ ଟିକିଏ ଟିକିଏ କଥାରେ ରାଗିପାରନ୍ତି । ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖା ଦେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ସିଂହ – ସ୍ୱାସ୍ଥ୍ୟ ପ୍ରତି ଜଗି ରଖି ନ ଚଳିଲେ ଅସୁବିଧାର ସମ୍ମୁଖୀନ ହେବେ । ସାହାର୍ଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କ ଠାରୁ ନାସ୍ତି ସୁଚକ ବାକ୍ୟ ଶୁଣି ବିଷାଦଗ୍ରସ୍ତ ହୋଇପାରନ୍ତି । ଶୁଭ ଅଙ୍କ ଧଳା । ଶୁଭ ଅଙ୍କ ୧ ।

କନ୍ୟା – ବନ୍ଧୁଙ୍କ ଜରିଆରେ ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯତ୍ନ କରିବେ । ବିଶେଷ ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ତୁଳା – ବନ୍ଧୁମାନଙ୍କୁ କର୍ମକ୍ଷେତ୍ରରେ ନୂତନ ଦିଗ୍ ଦର୍ଶନ ଦେଇ ପ୍ରଶଂସିତ ହେବେ । ଆବଶ୍ୟକତା ପୁରଣ କରିବା ସକାଶେ ଟଙ୍କା ଯୋଗାଡ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

ବିଛା – କିଛି ନୂଆଁ କାମ ଆରମ୍ଭ କରିବା ସକାଶେ ମନ ବଳିବ ଏବଂ ଏଥିପାଇଁ ଆନୁଷଙ୍ଗିକ ସାହାର୍ଯ୍ୟ ସହ-ଯୋଗ ମଧ୍ୟ ପାଇଯିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ଧନୁ – ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ଉପରିସ୍ଥଙ୍କ ସହାୟତାରେ କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ମକର – ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ । ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁଁ ମଉଜ ମଜଲିସ୍ ରେ ସମୟ ଅତିବାହିତ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

କୁମ୍ଭ – ନିଜର ଅବହେଳା ଓ କାଳକ୍ଷେପଣ ନୀତି ଯୋଗୁଁ କେତେକ କାମ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

ମୀନ – ଆଜି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନୟ ତିକ୍ତତା ସୃଷ୍ଟି ହୋଇପାରେ । ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ ।

Show More
Back to top button