ରାଶିଫଳ

ଗୁରୁବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଗୁରୁବାର ) ୨୭ . ୦୮.୨୦୨୦ :

ମେଷ – ଆଜି ବନ୍ଧୁଙ୍କ ସହ ଆଲୋଚନାରେ ସହକର୍ମୀଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ । ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେବାର ଆଶଙ୍କା ମଧ୍ୟ ରହିଛି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ବୃଷ – ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭିନ୍ନ ମାର୍ଗରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । କର୍ମକ୍ଷେତ୍ରରେ ଆପଣ ସତ୍ୟର ଅପଳାପ କରି ସମାଲୋଚିତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩

ମିଥୁନ – ଅର୍ଥ ସମ୍ପର୍କୀୟ ଆଲୋଚନାରେ ଆପଣଙ୍କୁ ନିମଜ୍ଜିତ କରିପାରେ । ଆପଣଙ୍କ କୃପଣତା ପ୍ରତି ଅନ୍ୟମାନଙ୍କ ଟାପରା ମନକୁ ବାଧିପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

କର୍କଟ – କୌଣସି ଲୋଭନୀୟ ସୁଯୋଗକୁ ହାତଛଡା କରିପାରିବେ ନାହିଁ । କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ସିଂହ – ବିଭିନ୍ନ କ୍ଷେତ୍ରରୁ ସମାଲୋଚନାର ସ୍ୱର ଶୁଣିବାକୁ ପାଇପାରନ୍ତି । ଭୁଲ୍ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେଇପାରେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

କନ୍ୟା – ଆଜି ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କିନ୍ତୁ ସଭାସମିତି କିମ୍ବା ଆଲୋଚନା କାଳରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ତୁଳା – ଅନ୍ୟମାନଙ୍କର ଘରୋଇ ସମସ୍ୟା ପ୍ରତି କର୍ଣ୍ଣପାତ କରିବାରେ ଅନିଚ୍ଛା ପ୍ରକାଶ କରିପାରନ୍ତି । ଯାତ୍ରା ସମୟରେ କୌଣସି ଯୁବକ ବ୍ୟକ୍ତି ଠାରୁ ଯଥେଷ୍ଟ ସହାୟତା ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ବିଛା – ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିବା କ୍ଷେତ୍ରରୁ ଆଶାଜନକ ଫଳ ପାଇବେ । ଆଜିର ପାରିବାରିକ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ଧନୁ – ବିଭିନ୍ନ ପ୍ରକାରର ବିବାଦୀୟ ଘଟଣାକୁ ସ୍ଥାନୀତ କରି ଅଶାନ୍ତ ବାତାବରଣ ସୃଷ୍ଟି କରିପାରେ । ପାରିବାରିକ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।

ମକର – କର୍ମକ୍ଷେତ୍ରରେ କୌଣସି ଆଶଙ୍କା ଯଦି କରୁଛନ୍ତି ସେଥିରେ କିଛି ହେବ ନାହିଁ । କିନ୍ତୁ ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

କୁମ୍ଭ – କର୍ମକ୍ଷେତ୍ରରେ ସମସ୍ୟା ଜଡିତ ପରିସ୍ଥିତି ମଧ୍ୟରେ ବନ୍ଧୁଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ । ଆଲୋଚନା ସମୟରେ ବନ୍ଧୁଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

ମୀନ – କର୍ମକ୍ଷେତ୍ରରେ କେତୁଙ୍କ କୁପ୍ରଭାବରୁ ଅପରିଣାମଦର୍ଶୀ ହୋଇ ସମାଲୋଚିତ ହେବେ । ପରିବାରରେ ପିଲାମାନଙ୍କ କାର୍ଯ୍ୟ କଳାପ ବା ପସନ୍ଦ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

Show More
Back to top button