ଗୁରୁବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l


ସତ୍ୟଶିଖା ( ଗୁରୁବାର ) ୦୩/୧୨/୨୦୨୦ :
ମେଷ – ଯାତ୍ରାରେ ବନ୍ଧୁଙ୍କ ସହାନୁଭୂତି ସହ ଲକ୍ଷ୍ୟ ହାସଲ କରିବେ । ସହକର୍ମୀଙ୍କ ପରାମର୍ଶ ସାଙ୍ଗକୁ ଯେକୌଣସି ପ୍ରତିଯୋଗିତାରେ ମଧ୍ୟ ସଫଳତା ଯୋଗୁ ମନ ଖୁସି ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨।
ବୃଷ – ଗୁରୁବାର ଅନୁଷ୍ଠାନିକ କାର୍ଯ୍ୟ କିମ୍ବା କର୍ମକ୍ଷେତ୍ରରେ ଅହେତୁକ ସମସ୍ୟା ସୃଷ୍ଟି ହେବ । ସକାଳୁ ସକାଳୁ ଅର୍ଥ ସମ୍ବନ୍ଧିତ ଶୁଭ ଖବର ପାଇ ଆନନ୍ଦିତ ହେବେ । ଅପରାହ୍ନରେ କଠିନ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।
ମିଥୁନ – ଆଶାନୁଯାୟୀ ଅର୍ଥ ପ୍ରାପ୍ତି ସହ ଜମି କ୍ରୟ, ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ସୂଚନା ରହିଛି । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
କର୍କଟ – ଆଜି ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଆଦର ଓ ସମ୍ମାନ ପ୍ରାପ୍ତି ହେବ । ପାରିବାରିକ,ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।
ସିଂହ – ଅନ୍ୟମାନଙ୍କ ସମସ୍ୟା ଭିତରେ ନିଜକୁ ସାମିଲ୍ କରିବାକୁ ବାଧ୍ୟ ହୋଇପାରନ୍ତି । ମାନସିକ ଅସନ୍ତୁଳନରୁ ବ୍ୟସ୍ତତା ବୃଦ୍ଧି ପାଇବ । ନିଜ ପରିସରରେ କୌଣସି ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା କାମ ହାସଲ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।
କନ୍ୟା – ଆଜି ଆତ୍ମୀୟମାନଙ୍କ ଗହଣରେ ଦିନଟି ସୁନ୍ଦର ଭାବରେ ଅତିବାହିତ ହେବ । ପକେଟ୍ ଖାଲି ରହିବନି । ମଜାମଉଜକୁ ମନ ବଳିବ । ମନକୁ ସୁହାଇଲା ଭଳି କଥା କହି ଅନ୍ୟକୁ ଆପଣାର କରିବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।
ତୁଳା – ମନରେ ବିଭିନ୍ନ କଳ୍ପନା ଉଙ୍କିମାରି ଭାବପ୍ରବଣତାରେ ଭାସି ବୁଲିବେ । ଅଭାବ ନ ଥିଲେ ହେଁ ହାତ ଖାଲି ରହିବା ଫଳରେ ମନ ଭଲ ରହିବନି । ଇଚ୍ଛା ବିରୋଧରେ କାମ କରି ଅନୁତପ୍ତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ରଙ୍ଗ ୧ ।
ବିଛା – ଈର୍ଷା କରୁଥିବା ଲୋକଙ୍କ ପରୋକ୍ଷ ଟୁପ୍ଟାପ୍ କଥା ମନରେ ଅସ୍ଥିରତା କାମରୁ ଉଚ୍ଚବର୍ଗଙ୍କ ସାହାର୍ଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।
ଧନୁ – ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବାର ଆଶା ରହିଛି । ସମୟେ ସମୟେ ଆପଣଙ୍କ ବିରକ୍ତିସୂଚକ କଠୋର ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।
ମକର – ଆଜି ଘରେ ଯେମିତି ବାହାରେ ମଧ୍ୟ ସେମିତି ଆଦରସମ୍ମାନ ମଧ୍ୟରେ ମନ ଖୁସି ହୋଇଯିବ । ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମହାସଲ କରିବାରେ ସମର୍ଥ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
କୁମ୍ଭ – କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି ସମସ୍ୟା ସୃଷ୍ଟି କରିପାରନ୍ତି । ପୈତୃକ ସମ୍ପତ୍ତିକୁ ନେଇ କଳହ ସୃଷ୍ଟି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।
ମୀନ – ଆଜି ଅବୁଝା ସନ୍ତାନ, ଅନାଦର ଆମନ୍ତ୍ରଣ, ଅଯଥା ତର୍କଜନିତ ବ୍ୟସ୍ତତା ବୃଦ୍ଧି ପାଇବ । ଆର୍ଥିକ ଉନ୍ନତି, ପ୍ଲଟିଂ କାରବାର, ଅଗ୍ନି, ବିଦ୍ୟୁତ୍ ସମ୍ପର୍କିତ ବ୍ୟବସାୟ କ୍ଷେତ୍ରରୁ ଲାଭବାନ୍ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୫ ।