ଖେଳ

ଶାସ୍ତ୍ରୀଙ୍କୁ ଛିଗୁଲାଇଲେ ଯୁବରାଜ ସିଂହ | Satyasikha

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ପରେ ୨୦୧୧ ମସିହା ଏପ୍ରିଲ ୨ରେ ଭାରତୀୟ ଟିମ୍ ଦିନିକିଆ ବିଶ୍ୱକପ ଜିତିଥିଲା। ପ୍ରଖ୍ୟାତ ୱାଙ୍ଖଡେ ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନି ଛକା ମାରିବା ସହ କମେଣ୍ଟ୍ରି ବକ୍ସରେ ଥିବା ରବି ଶସ୍ତ୍ରୀଙ୍କ ଜୋସ ଭରା କଥା ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ରହିଛି।

ଗତକାଲି ଏହି ବିଶ୍ୱକପ ଜିତିବାକୁ ୯ ବର୍ଷ ପୂରିଥିଲା। ଏଥିପାଇଁ ଟିମ୍‌ ଇଣ୍ଡିଆକୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହିକ୍ରମରେ ରବି ଶାସ୍ତ୍ରୀ ମଧ୍ୟ ଟ୍ୱିଟ ଯୋଗେ ୱିନିଂ ମୋମେଣ୍ଟର ଭିଡିଓ ଶେୟାର କରିଥିଲେ। ଏହାକୁ ସେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

ସେ ଲେଖିଛନ୍ତି, ବହୁତ ବହୁତ ଶୁଭେଚ୍ଛା। ତୁମେ ଏମିତି କିଛି କରିଛ, ଯାହା ସାରା ଜୀବନ ମନେ ରହିବ। ଯେମିତି ଆମେ ୧୯୮୩ ମସିହାରେ କରିଥିଲୁ।”

ଆହୁରି ପଢ଼ନ୍ତୁ

ତେବେ ଶାସ୍ତ୍ରୀଙ୍କ ଏହି ଟ୍ୱିଟ ପରେ ତାଙ୍କୁ ଯୁବରାଜ ସିଂହ କଟାକ୍ଷ କରିଛନ୍ତି। ଶାସ୍ତ୍ରୀ ଶେୟାର କରିଥିବା ଭିଡିଓରେ ଯୁବରାଜ ସିଂହ ମଧ୍ୟ ରହିଛନ୍ତି। କାରଣ ଧୋନି ଛକା ମାରି ମ୍ୟାଚ ଶେଷ କରିବା ବେଳେ ନନଷ୍ଟ୍ରାଇକରେ ଯୁବରାଜ ସିଂହ ହିଁ ରହିଥିଲେ। ତେଣୁ ଶାସ୍ତ୍ରୀ ଭିଡିଓଟିକୁ ତାଙ୍କୁ କିମ୍ବା ଧୋନିଙ୍କୁ ଟ୍ୟାଗ କରି ନଥିବାରୁ ଏହାକୁ ଯୁବରାଜ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଧନ୍ୟବାଦ ସିନିୟର। ଆପଣ ଚାହିଁଥିଲେ ମୋତେ ଓ ମାହିଙ୍କୁ ଟ୍ୟାଗ କରିପାରି ଥାଆନ୍ତେ। କାରଣ ଆମେ ବି ଏହି ଭିଡିଓରେ ରହିଛୁ।”

୨୦୧୧ ବିଶ୍ୱକପରେ ଯୁବରାଜ ସିଂହ ମ୍ୟାନ ଅଫ ଦି ସିରିଜ୍‌ ପାଇଥିଲେ। ସେ ଟୁର୍ଣ୍ଣାମେଣ୍ଟର ୯ଟି ମ୍ୟାଚ୍‌ରେ ୩୬୨ ରନ କରିବା ସହ ୧୫ଟି ୱିକେଟ ନେଇଥିଲେ।



[ad_2]

Show More
Back to top button