ବାସ୍ତୁଶାସ୍ତ୍ରରାଶିଫଳ

ଗୁରୁବାର ରାଶିଫଳ: କେମିତି କଟିବ ଆଜିର ଦିନ

ସତ୍ୟଶିଖା( ଭୁବନେଶ୍ୱର )୨୯.୦୯ . ୨୦୨୨:

ମେଷ: ସମାଜ ସେବାରେ ସୁନାମ ଅର୍ଜନ କରିପାରିବେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବା ସହ ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ ।

ବୃଷ: ଶରୀର ଭଲ ରହିବା ସହ ଜାଗାଜମି, ଯାନବାହନ ଓ ନୂତନ ସମ୍ପତ୍ତି କିଣିପାରିବେ  । ବ୍ୟବସାୟକୁ ବିସ୍ତାର କରିବା  ସହଜ ସରଳ ହେବ । ନିଜର ଇଚ୍ଛା ପୂରଣ କରିବାକୁ ଆପ୍ରାଣ ଚେଷ୍ଟା କରିବେ ।

ମିଥୁନ: ଉଚିତ ପନ୍ଥା ଗ୍ରହଣ କରି ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ପୂରଣ କରିପାରିବେ। ନୂତନ ନିଯୁକ୍ତି ପାଇବାର ସୁଯୋଗ ପାଇ ଉତ୍ସାହିତ ହେବେ । ପରିବାର ସଦସ୍ୟଙ୍କଠାରୁ ଉତ୍ତମ ସମର୍ଥନ ପାଇବାର ସମ୍ଭାବନା ଅଛି  ।

କର୍କଟ: କଳା ସଙ୍ଗୀତ ପ୍ରତି ଆଗ୍ରହ ବୃଦ୍ଧି ପାଇବା ସହ ଦିନଟି ବହୁତ ଭଲରେ କଟିବ । ସହକର୍ମୀମାନଙ୍କ ସହିତ ଭଲ ସମ୍ପର୍କ ରହିବ ଓ ନିଜର ଦକ୍ଷତା ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ସେମାନଙ୍କ କ୍ୟାରିଅରରେ କିଛି ପରିବର୍ତ୍ତନ କରିପାରିବେ ।

ସିଂହ: ଶାରିରୀକ ଅସୁସ୍ଥତା ଦୂର ହେବା ସହ ସନ୍ତାନମାନଙ୍କ ଉନ୍ନତି ପାଇଁ ଆନନ୍ଦିତ ହେବେ । କର୍ମକ୍ଷେତ୍ରରେ ସହଯୋଗ ପାଇ ମନ ଖୁସି ରହିବ ଓ ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ । ଖେଳକୁଦ ଓ ବିଦ୍ୟାକ୍ଷେତ୍ରରେ ପ୍ରଶଂସା ପାଇବେ ।

କନ୍ୟା:ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବା ଫଳରେ ପାରିବାରିକ ଜୀବନ ମଧୁମୟ ହେବ । ବନ୍ଦହୋଇ ପଡିଥିବା କାର୍ଯ୍ୟ ସହଜରେ ସମାପ୍ତ କରିବାକୁ ଚେଷ୍ଟିତ ହେବେ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ସୁଦୃଢ ହେବେ ।

Show More
Back to top button