ଗୁରୁବାର ରାଶିଫଳ: କେମିତି କଟିବ ଆଜିର ଦିନ

ସତ୍ୟଶିଖା(ଭୁବନେଶ୍ୱର) ୨୯.୦୪.୨୦୨୧:

ମେଷ- ମନ ସ୍ଥିର କରି କାର୍ଯ୍ୟ କରିବାକୁ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ ।

ବୃଷ-ହଜିଥିବା ଦ୍ରବ୍ୟ ଖୋଜିଲେ ମିଳିବ । ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ । ପାରିବାରିକ ସୁଖ ମିଳିବ । ରାଜନୀତି କ୍ଷେତ୍ରରେ ସଫଳତା ମିଳିବ ।

ମିଥୁନ-ଚାକିରି କ୍ଷେତ୍ରରେ ପଦ-ମର୍ଯ୍ୟାଦା ବୃଦ୍ଧି ହୋଇପାରେ । କ୍ରୋଧ ସମ୍ବଋଣ କଲେ ବହୁ ସୁଫଳର ଅଧିକାରୀ ହେବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ ।

କର୍କଟ- କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ । ସନ୍ତାନ ବର୍ଗଙ୍କ ପାଇଁ ଆନନ୍ଦ ଅନୁଭବ କରିବେ ।

ସିଂହ-ଗୃହକାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ । ସତର୍କ ରହିଲେ ଦ୍ରବ୍ୟର ସୁରକ୍ଷା ହେବ । ଅଧିକ ଦାୟିତ୍ୱବହନ କରିପାରନ୍ତି । କାର୍ଯ୍ୟ ସିଦ୍ଧି ହେବ ମାତ୍ର ବିଳମ୍ବରେ ।

କନ୍ୟା-ପରୀକ୍ଷାରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଧର୍ମ-କର୍ମ ସଂପାଦନ କରିବେ । ସର୍ବାଙ୍ଗୀଣ ଉନ୍ନ୍‌ତି ଆଶା କରାଯାଏ ।

ତୁଳା- ରାଜପୂଜିତ ହୋଇପାରନ୍ତି । ଯାନବାହନ ଯୁକ୍ତ ହେବେ । ଗ୍ରାମର ଅଧୀପତି ହୋଇପାରନ୍ତି । ପରାକ୍ରମଶାଳୀ ହେବା ଆଶା କରାଯାଏ । ସେବା ମନୋଭାବ ହୋଇପାରନ୍ତି ।

ବିଛା-ଦୁଇଜଣଙ୍କ ବିବାଦରୁ ତୃତୀୟ ବ୍ୟକ୍ତି ଭାବେ ଫାଇଦା ଉଠାଇ ପାରନ୍ତି । ସ୍ୱାଧୀନ ଚେତାଭାବେ କାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ ।

ଧନୁ-କଳେବଳେ କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । କେହି ପଥରୋଧ କରିବାକୁ ଉଦ୍ୟମ ଚଳାଇଲେ ମଧ୍ୟ ବିଫଳ ହେବେ ।

ମକର-ଶତ୍ରୁଠାରୁ ଦୂରେଇରହିବାକୁ ପଡିବ । ମନ ପ୍ରସନ୍ନରହିବ ।ଉଚ୍ଚଆଶା ଫଳବତୀହେବ ।ବହୁ ଶୁଭଫଳ ଆଶା କରାଯାଏ । ସ୍ନେହ ଶ୍ରଦ୍ଧା ମିଳିବ ।

କୁମ୍ଭ- କର୍ମଚଞ୍ଚଳ ରହିବେ । କାର୍ଯ୍ୟ କ୍ଷେତ୍ରରେ ଢେର ଉନ୍ନତି ଘଟିବ । ସର୍ବ ସୁଖଲାଭ କରିପାରନ୍ତି ।କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ ।

ମୀନ-ଅଧିକଶ୍ରମର ବଶବର୍ତ୍ତୀ ହୋଇ ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିବେ । ଉନ୍ନତି ପଥରେ ଆଗକୁ ବଢିବେ । ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି ।

Exit mobile version