
ସତ୍ୟଶିଖା (ମୁମ୍ବାଇ) ୧୨.୧୦.୨୦୨୦ : ୟାମୀ ଏବେ ସୁଦ୍ଧା ଅନେକ ଦମଦାର ଫିଲ୍ମରେ କାମ କରି ସାରିଛନ୍ତି । ୟାମୀ ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ,କିନ୍ତୁ ଏବେ ସେ ବଡ଼ ପରଦାରେ ମଧ୍ୟ ଉଭା ହୋଇ ସାରିଛନ୍ତି । ୟାମୀ ଗୌତମଙ୍କ ‘ଗିନ୍ନି ୱେଡ୍ସସ୍ ସନ୍ନି’ ନିକଟରେ ରିଲିଜ ହୋଇଛି । ଏହି ଫିଲ୍ମକୁ ମିଶ୍ରିତ ରିଭ୍ୟୁ ମିଳିଛି । କିନ୍ତୁ ୟାମୀଙ୍କ ପରଫର୍ମାନ୍ସର ମଧ୍ୟ ଖୁବ୍ ତାରିଫ ହେଉଛି ।ୟାମୀ ଏହି ଫିଲ୍ମ ରିଲିଜ ହେବା ପରେ ଟ୍ୱିଟରରେ ପ୍ରଶଂସକଙ୍କ ପାଇଁ ହ୍ୟାଶଟ୍ୟାଗ୍ ଆସ୍କ ଭାଇଜୀ ସେସନ ରଖିଥିଲେ । ଏଥିରେ ପ୍ରଶଂସକମାନେ ଯାମୀଙ୍କୁ ଅନେକ ଚମତ୍କାର ପ୍ରଶ୍ନ ପଚାରିଥିଲେ । ତାଙ୍କୁ ଡ୍ରଗ୍ସ ନେବା ସମ୍ବନ୍ଧୀୟ ଏକ ପ୍ରଶ୍ନ ପଚରାଯାଇଥିଲା । ଗତ କିଛି ଦିନରୁ ଡ୍ରଗ୍ସ ବ୍ୟବହାର ଉପରେ ଖୁବ୍ ଚର୍ଚ୍ଚା ଚାଲିଛି । ଲୋକଙ୍କ ମତରେ କେତେକ ବଲିଉଡ ଷ୍ଟାର ମଧ୍ୟ ଡ୍ରଗ୍ସ ନିଅନ୍ତି । ଥରେ ପ୍ରଶଂସକ ଯାମୀଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ଡ୍ରଗ୍ସ ନିଅନ୍ତି କି? ସେ ପଚାରିଥିଲେ ଯେ ଓପନ ପ୍ଲାଟଫର୍ମରେ ଏପରି ପ୍ରଶ୍ନ ପଚାରିବା ବୋକାମି ହୋଇପାରେ,କିନ୍ତୁ ଯଦି ଆପଣ ଡ୍ରଗ୍ସ ନିଅନ୍ତି ତେବେ ତାଙ୍କ ମନ ଭାଙ୍ଗିଯିବ ।
ନିଜ ପ୍ରଶଂସକଙ୍କ ପାଇଁ କହି ଦିଅନ୍ତୁ ଯେ ସେ ଡ୍ରଗ୍ସ ନିଅନ୍ତି ନାହିଁ । ଏହାର ଉତ୍ତରରେ ଯାମୀ କହିଥିଲେ ଯେ,‘ସେ ଡ୍ରଗ୍ସ ନିଅନ୍ତି ନାହିଁ,ସେ ଏହାର କଡ଼ା ବିରୋଧ କରନ୍ତି । ଏହି ସେସନରେ ତାଙ୍କର କିଛି ପ୍ରଶଂସକମାନେ ତାଙ୍କ ପ୍ରିୟ ଫିଲ୍ମ ବିଷୟରେ ପଚାରିବାରୁ ୟାମୀ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍ କହିଥିଲେ । ୟାମୀ ,ମହେନ୍ଦ୍ର ସିଂହ ଧୋନି ଏବଂ ରାହୁଲ ଦ୍ରାବିଡ଼ଙ୍କୁ ତାଙ୍କ ପ୍ରିୟ କ୍ରିକେଟର ବୋଲି କହିଥିଲେ । ପାପଡ଼ି ଚାଟକୁ ପ୍ରିୟ ଷ୍ଟ୍ରିଟ୍ ଫୁଡ ବୋଲି କହିଥିଲେ ।