ଦେଶ

ଜୁଲାଇରୁ ଅନ୍ତର୍ଜାତୀୟ ବିମାନ ସେବା! | Satyasikha

ନୂଆଦିଲ୍ଲୀ: ସୋମବାର ପାଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେଉଥିବାବେଳେ ଜୁଲାଇରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶନିବାର ଏହା କହିଛନ୍ତି।

ଯଦି ସ୍ଥିତିରେ ସୁଧାର ଆସିବ, ଭାଇରସ ସେତେଟା ମାରାତ୍ମକ ହେବନି ତା’ହେଲେ ଅନ୍ତର୍ଜାତୀୟ ବିମାନ ସେବାକୁ ନେଇ ସରକାର ଚିନ୍ତା କରିପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

କେନ୍ଦ୍ର ସରକାର ‘ବନ୍ଦେ ଭାରତ ମିଶନ୍’ ଜରିଆରେ ସଫଳତାର ସହିତ ଅଟକି ରହିଥିବା ପ୍ରବାସୀ ଭାରତୀୟଙ୍କୁ ବିଦେଶରୁ ଆଣିବାରେ ସଫଳ ହୋଇଛନ୍ତି। ତେଣୁ ଏହି ଧାରାରେ ଅନ୍ତର୍ଜାତୀୟ ବିମାନ ଚାଲିଲେ ଅସୁବିଧା କ’ଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ଜୁନ୍ ମାସ ମଝିରୁ କିମ୍ୱା ଜୁଲାଇ ଆରମ୍ଭରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ସରକାର ଚିନ୍ତା କରୁଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶ ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ୍ ରହିଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ୍ କରିଛନ୍ତି ସରକାର।

[ad_2]
Show More
Back to top button