ଗୁରୁବାର ରାଶିଫଳ : କେମିତି କଟିବ ଆଜିର ଦିନ


ସତ୍ୟଶିଖା (ଭୁବନେଶ୍ୱର )୦୪ .୦୩.୨୦୨୧:
ମେଷ – ଦ୍ୱିଜା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ । ଅବହେଳା କାରନରୁ କୈଫିୟତ୍ ଦେବାକୁ ପଡିପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ବୃଷ – ରୋହିଣୀ ନକ୍ଷତ୍ରର ବିଭିନ୍ନ ପ୍ରକାରର ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ସରକାରି ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ମିଥୁନ – ମୃଗଶିରା ନକ୍ଷତ୍ର ସାମୟିକ ପୁରୁଣା ରୋଗରୁ କଷ୍ଟ ପାଇବେ । ନିଜ ପରିସରରେ ତର୍କ ବିତର୍କ କାରଣରୁ ସମ୍ପର୍କ ହାନି ଘଟିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
କର୍କଟ – ପୁନର୍ବସୁ ନକ୍ଷତ୍ର ଶାରୀରିକ ଦୁର୍ବଳତା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଯଥାରୀତି ସମ୍ପନ୍ନ କରିବେ । ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ ।
ସିଂହ – ମଘା ନକ୍ଷତ୍ରର ସାଧାରଣ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ଆଜି ଦୀର୍ଘଦିନର ଆଶା ଫଳବତୀ ହେବ । ମୋଟାଅଙ୍କର ଗୃହୋପକରଣ କ୍ରୟ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
କନ୍ୟା – ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ସାହାଯ୍ୟ , ସହ-ଯୋଗ ପାଇବା କଷ୍ଟ କର ହୋଇପଡିବ । ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।
ତୁଳା – ସ୍ୱାତୀ ନକ୍ଷତ୍ରର ସ୍ୱାସ୍ଥ୍ୟ ଠିକ୍ ଥିଲେ ମଧ୍ୟ କେତେକ ସ୍ଥଗିତ କାର୍ଯ୍ୟ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ । ପରିବାରର ସୁଖ ଶାନ୍ତି ଅକ୍ଷୁର୍ଣ୍ଣ ରହିପାରିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୩ ।
ବିଛା – ପରିସ୍ଥିତି ପ୍ରତି ନଜର ରଖିବା ସାଙ୍ଗକୁ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । ମାଲିମୋକଦ୍ଦମାରେ ବିଜୟପ୍ରାପ୍ତିର ସମ୍ଭାବନା ରହିଛି । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୬ ।
ଧନୁ – କୌଣସି ନୂତନ କର୍ମାରମ୍ଭ ସକାଶେ ବିଭିନ୍ନ ପ୍ରକାରର ଯୋଜନା କରିପାରନ୍ତି । ମୁଳା ନକ୍ଷତ୍ର ସକାଳୁ ସକାଳୁ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ମକର – ପାରିପାଶ୍ୱିର୍କ ପରିସ୍ଥିତି ବଦଳିଯିବା କାରଣରୁ ଏକପ୍ରକାର ଆଶ୍ୱସ୍ତି ଲାଭ କରିବେ । ଶ୍ରବଣା ନକ୍ଷତ୍ରର ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍ ହୋଇଯିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।
କୁମ୍ଭ – ଆଜିର କର୍ମକ୍ଷେତ୍ରରେ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଅର୍ଥ ସଂକଟ, ସହକର୍ମୀଙ୍କ ଅସହ-ଯୋଗ, ପ୍ରଶାସନିକ ଦ୍ୱନ୍ଦ୍ୱ ଓ ଦୂର ଯାତ୍ରାରେ ଆଶାନୁଯାୟୀ ଫଳ ପାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।
ମୀନ- ପଡିରହିଥିବା କାମଟିକୁ ବନ୍ଧୁମାନଙ୍କ ଦ୍ୱାରା ସମ୍ପନ୍ନ କରିବେ । ଅର୍ଥ ଆଦାୟରେ ସକ୍ଷମ ହେବେ । ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।