ନିଯୁକ୍ତିନ୍ୟୁଜ୍ରାଜ୍ୟ

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ନେଲେ ଅସିତ ତ୍ରିପାଠୀ

ସତ୍ୟଶିଖା (ଭୁବନେଶ୍ୱର) ୧୨/୦୧/୨୦୨୧ : ଡବ୍ଲୁଓଡିସି (ପଶ୍ଚିମ ଓଡ଼ିଶା ବିକାଶ ପରିଷଦ )ର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଦାୟିତ୍ୱ ଗ୍ରହଣ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହିତ ଶ୍ରୀ ତ୍ରିପାଠୀ ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୩୧ ଡିସେମ୍ବରରେ ମୁଖ୍ୟ ଶାସନ ସଚିବ ଅବସର ଗ୍ରହଣ କରିଥିଲେ ଅସିତ ତ୍ରିପାଠୀ । ତେବେ ଅବସର ପରେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନୂଆ ନିଯୁକ୍ତି ଦିଆଯାଇଥିଲା । ଗତବର୍ଷ ମେ’ ୧୦ ତାରିଖରେ ବିଜେଡି ନେତା ସୁବାସ ଚୌହ୍ୱାନଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଆସନ ଖାଲି ରହିଥିଲା ।

ରାଜୀବ ଭବନର ୬ଷ୍ଠ ମହଲାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବୈଠକରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ୫-ଟି ମନ୍ତ୍ରକୁ ପ୍ରତ୍ୟେକ କାର୍ଯ୍ୟରେ ବିନିଯୋଗ କରିବା ସହ ପ୍ରତ୍ୟେକ ଯୋଜନାକୁ ତୃଣମୂଳ ସ୍ତରରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ତ୍ରିପାଠୀ

Show More
Back to top button