

ସତ୍ୟଶିଖା ୩୦/୦୭/୨୦୨୫:ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ । ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେପଟେ ସୋମବାର ରାଜଧାନୀରେ ୩୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି । ଅସରାଏ ବର୍ଷାରେ ରାଜଧାନୀରେ ଅସମ୍ଭାଳ ପରିସ୍ଥିତି। ଏତିକି ବର୍ଷାରେ ସହରର ବିଭିନ୍ନ ଅଞ୍ଚଳ ଉବୁଟୁବୁ ହୋଇ ଯାଇଥିଲା । ବିଭିନ୍ନ ବସ୍ତି ଓ ତଳି ଅଞ୍ଚଳରେ ପାଣି ପଶି ଯାଇଥିଲା । ୩୨ ଜାଗାରେ ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଇଥିଲା । ଏଭଳି ପରିସ୍ଥିତି ଦେଖି ନୂଆ BMC କମିଶନର ଚଞ୍ଚଳ ରାଣା ଜରୁରି ବୈଠକ ଡକାଇଥିଲେ I ଆଜି ଠାରୁ ଜଳବନ୍ଦୀ ଅଞ୍ଚଳରୁ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।