ନ୍ୟୁଜ୍ରାଜ୍ୟ

ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଅଟକ

ସତ୍ୟଶିଖା(କଟକ ) ୨୭.୧୨.୨୦୨୧:ରବିବାର ଜଗତପୁର ପିରବଜାର ଅଞ୍ଚଳରେ ମାଞ୍ଜା ସୂତାରେ ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ମାଞ୍ଜା ସୂତା ବିକ୍ରି ଓ ଉଡାଇବା ଅଭିଯୋଗରେ ଜଗତପୁର ଥାନାରେ ୩ ଜଣ ଅଟକ । ଜଣେ ବ୍ୟବସାୟୀ ଓ ୨ ଜଣ ଗୁଡିଉଡାଳୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ଥାନା ପୋଲିସ ।
ପ୍ରକାଶ ଥାଉ କି, ଗତାକାଲି ଭୟରପୁରର ଯୁବକ ଜୟନ୍ତ ସାମଲଙ୍କ ମାଞ୍ଜା ସୂତାରେ ଗଳା କଟିଯିବାରୁ ତାଙ୍କ ମୃତ୍ୟୁ ହୋଇଥିଲା । ଅପରାହ୍ନ ୪ଟା ସମୟରେ ଜୟନ୍ତ ବାଇକ ଯୋଗେ ସ୍ତ୍ରୀଙ୍କ ସହ ଶ୍ୱଶୁର ଘର ଯିବାବେଳେ ପୀରବଜ଼ାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉଥିବା ବେଆଇନ ମାଞ୍ଜାସୂତା ତାଙ୍କ ଗଳାରେ ଗୁଡେଇ ହୋଇ ଯାଇଥିଲା । ସୂତା ଏତେ ଶକ୍ତ ଥିଲ ଯେ, ଏଥିରେ ଯୁବକଙ୍କ ଗଳା କଟିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଜଗତପୁର ଥାନା ପୋଲିସ ।

Show More
Back to top button