ଆଜି ପୁଣି ଟଣା ହେବ ତିନି ରଥ ।


ସତ୍ୟଶିଖା :୨୮/୦୬/୨୦୨୫:ଶୁକ୍ରବାର ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଅପରାହ୍ନ ସମୟରେ ପ୍ରଥମ ବଡ଼ଭାଇ ବଳଭଦ୍ରଙ୍କ ରଥ ଟଣା ହୋଇଥିଲା । ଏହାପରେ ଭଉଣୀ ଦେବୀ ସୁଭଦ୍ରାଙ୍କ ରଥ ଟଣା ହୋଇଥିଲା । ହେଲେ ଜଗନ୍ନାଥଙ୍କ ରଥ କିଛି ବାଟ ଟଣା ହେବା ପରେ ରାତି ହୋଇଯାଇଥିଲା । ଯାହାଫଳରେ ରଥ ଟଣାକୁ ବନ୍ଦ କରାଯାଇଥିଲା । ତେବେ ପରେ ପ୍ରଶାସନର ନିଷ୍ପତ୍ତି ଅନୁସାରେ ଶନିବାର ଦିନ ଚତୁର୍ଦ୍ଧାମୁରତ୍ତିଙ୍କ ଅବକାଶ ନୀତି ପରେ ପୁଣି ରଥ ଟଣା ଆରମ୍ଭ ହେବ । ଶନିବାର ସକାଳ ୯ଟା ୩୦ ମିନିଟ ସମୟରେ ଆରମ୍ଭ ହେବ ରଥଟଣା । ଏନେଇ ଶ୍ରୀମନ୍ଦିର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଛକରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକିଥିବା ବେଳେ ବଳଗଣ୍ଡି ଛକରେ ରହିଛି ବଳଭଦ୍ରଙ୍କ ରଥ । ସେହିପରି ମରିଚିକୋଟ ଛକରେ ରହିଛି ଦେବୀ ସୁଭଦ୍ରାଙ୍କ ରଥ । ଅବକାଶ ନୀତି ପରେ ଟଣା ହେବ ତିନି ରଥ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।