ସତ୍ୟଶିଖା(ଜମ୍ମୁ) ୧୪.୦୭.୨୦୨୧: ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ । ଗୁଳିବିନିମୟରେ ଲସ୍କର ଏ ତୋଏବାର କମାଣ୍ଡର ଆୟାଜ ସମେତ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ପୁଲଓ୍ୱାମା ସହରର ଜିଲ୍ଲା ଚିକିତ୍ସାଳୟ ନିକଟରେ ଆତଙ୍କବାଦୀ ଲୁଚି ରହିଥିବା ଖବର ସୁରକ୍ଷାକର୍ମୀଙ୍କ ପାଖରେ ପହଞ୍ଚିଥିଲା । ସୁରକ୍ଷାକର୍ମୀମାନେ ଚାରିପଟୁ ଘେରିଯିବା ଯୋଗୁଁ ଆତଙ୍କବାଦୀମାନେ ଫାୟରିଂ ଆରମ୍ଭ କରିଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ସାରା ସହରରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ରିପୋର୍ଟ ଅନୁସାରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କୁ ଗୁଳି ଚଳାଇବାରୁ ସର୍ଚ୍ଚ ଅପରେସନ ଏନକାଉଣ୍ଟରର ରୂପ ନେଇଥିଲା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଲସ୍କରର ୩ ଆତଙ୍କବାଦୀ ନିହତ
