
ସତ୍ୟଶିଖା ୧୮/୧୨/୨୦୨୦ : ନବରଙ୍ଗପୁରରେ ଭିଜିଲାନ୍ସ ଜାଲରେ ୩ ଯନ୍ତ୍ରୀ । ସରକାରୀ ଗାଡିରେ ୩ ଲକ୍ଷ ୧୧ ହଜାର ଟଙ୍କା ନେଇ ଉମରକୋଟ୍ ଯାଉଥିବା ସମୟରେ ପାପଡାହାଣ୍ଡି ମୁଗବାହାଲ ନିକଟରେ ଯନ୍ତ୍ରୀଙ୍କ ଗାଡି ଅଟକାଇ ଯାଂଚ ବେଳେ ବୋଲେରୋ ଗାଡିରୁ ଭିଜିଲାନ୍ସ ଟିମ୍ ଟଙ୍କା ବ୍ୟାଗ୍ ଜବତ କରିଛି ।ଏହି ଘଟଣାରେ କୋଷାଗୁମୁଡା, ଡାବୁଗାଁ ଦାୟିତ୍ୱରେ ଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, ଉମରକୋଟ୍ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମାଝି ଓ ରାଇଘର ଉମରକୋଟ୍ ଦାୟିତ୍ୱରେ ଥିବା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କୁ ଅଟକ ରଖିଛି । ବୋଲେରୋ ଗାଡିକୁ ଜବତ କରି ଟଙ୍କା କେଉଁଠୁ ଆସିଲା, କେଉଁଠାକୁ ଯାଉଥିଲା ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।